Advertisment

ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

୨୮୮ ଲୋକଙ୍କ ପ୍ରାଣହାନୀ ଓ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଗତକାଲିର ଭୟଙ୍କର କରମଣ୍ଡଳ ଟ୍ରାଜେଡିର କ’ଣ ହୋଇଥାଇପାରେ କାରଣ ? ସେ ପ୍ରଶ୍ନ ସାରା ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି । ଏହାରି ଭିତରେ ରେଳ ବିଭାଗର ଆନ୍ତଃ ବିଭାଗୀୟ ଟିମ୍ ତଦନ୍ତ କରି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଥିବାବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏଭଳି ଦୁର୍ଘଟଣା ରୋକିବାକୁ ଆଣ୍ଟି-କୋଲ୍ୟୁଜନ୍‌ ଟେକ୍ନୋଲୋଜି ବ୍ୟବହାର କରାନଯିବାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

Advertisment

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା । ହେଲେ ଆଜି ସକାଳେ ଆକାଶ ମାର୍ଗରୁ ଉତ୍ତୋଳିତ ଡ୍ରୋନ୍ ଚିତ୍ର ସତେ ଯେମିତି ବିନା ଶବ୍ଦରେ ସବୁକିଛି ବୟାନ କରୁଛି ।

ବାଲେଶ୍ୱର ବାହାନଗାରେ କେତେ ଭୟଙ୍କର ଥିଲା ଗତ ସନ୍ଧ୍ୟାର ଟ୍ରେନ୍ ଟ୍ରାଜେଡି । ସାରା ଦେଶକୁ ଖାଲି ତଟସ୍ଥ କରିନି  ବରଂ ଭାରତୀୟ ରେଳ ଇତିହାସରେ ଯୋଡ଼ିଛି ଏକ ବଡ଼ କଳା ଫର୍ଦ୍ଦ । ଏଣେ ଦୁର୍ଘଟଣାକୁ ନେଇ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କେମିତି ଘଟିଲା ଏ ଛାତିଥରା ଟ୍ରାଜେଡି ? କାହା ଭୁଲରୁ ଅକାଳରେ ଲିଭିଗଲା ଶତାଧିକ ନିରୀହ ଯାତ୍ରୀଙ୍କ ଜୀବନ ଦୀପ? କେହି ରଂଗ୍ ସିଗନାଲ୍‌କୁ କାରଣର ଭାବେ ଦର୍ଶାଉଥିବାବେଳେ ଆଉ କିଏ ଡ୍ରାଇଭରଙ୍କ ବ୍ରେକ୍ ଥିଓରୀକୁ ଦାୟୀ କରୁଛନ୍ତି। 

Advertisment

ତେବେ ଏତେ ସବୁ ଘଣ୍ଟାଚକଟା ଭିତରେ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଛି ଅନ୍ତଃ ବିଭାଗୀୟ ଟିମ୍ । ଯେଉଁଥିରେ ଦର୍ଶାଯାଇଛି ଯେ, ବାହାନଗା ପାଖରେ ଲୁପ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍ ଅଟକି ଥିଲା। ସମୟ ପାଖାପାଖି ୬.୫୫ ମିନିଟ୍ ସମୟରେ ମେନ୍ ଲାଇନ୍‌ରେ ଆସୁଥିବା ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍ ହଠାତ୍ ମେନ୍ ଲାଇନ୍‌ରୁ ଲୁପ୍ ଲାଇନକୁ ଚାଲିଯାଇ ମାଲବାହୀ ଟ୍ରେନ୍‌କୁ ଧକ୍କାଦେଇ ତା ଉପରେ ଚଢ଼ି ଯାଇଥିଲା ।

ଏହାର କିଛି ବଗି ଲାଇନଚ୍ୟୁତ ହୋଇ ଡାହାଣ ପାଖ ଟ୍ରାକ୍‌ରେ ପଡ଼ିଥିବାବେଳେ ଏହି ସମୟରେ ସେହି ଲାଇନରେ ଆସୁଥିବା ଯଶୋବନ୍ତପୁର-ହାୱାଡ଼ା ହମସଫର ଏକ୍ସପ୍ରେସ୍ ଧକ୍କା ଦେଇ ଏହାର ୨ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡିଥିଲା । ଆଉ ଦୁଇ ଦୁଇଟି ଦୁର୍ଘଟଣାର ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଆଖାପାଖ ଅଞ୍ଚଳର ଲୋକେ ବି ଡରି ଯାଇଥିଲେ ।

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ତନାଘନା ଭିତରେ ଆଜି ଘଟଣାସ୍ଥଳକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୃତକଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିବା ସହ ଦୁର୍ଘଟଣା ପରିସ୍ଥିତିରେ ରାଜନୀତି କରିବିନି ବୋଲି କହିଥିଲେ ମମତା । ତା’ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଟ୍ରେନ୍ ଦୁର୍ଘଟଣା ରୋକିବାକୁ କରମଣ୍ଡଳ ଏକ୍ସପ୍ରେସରେ ଆଣ୍ଟି-କୋଲ୍ୟୁଜନ ଡିଭାଇସ୍ ଲଗାନଯିବାକୁ ତୀବ୍ର ସମାଲୋଚନା କରିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ସେ ରେଳମନ୍ତ୍ରୀ ଥିବାବେଳେ ସମାନ ଟ୍ରାକ୍‌ରେ ଟ୍ରେନ୍ ଦୁର୍ଘଟଣା ରୋକିବାକୁ ଆଣ୍ଟି-କୋଲ୍ୟୁଜନ ଟେକ୍ନୋଲୋଜି ପ୍ରଚଳନ କରିଥିଲେ । ହେଲେ ତାହା କାହିଁକି ଲଗାଯାଇନି ବୋଲି ପ୍ରଶ୍ନ କରିଥିଲେ । ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ .କେ ଷ୍ଟାଲିନ୍ ମଧ୍ୟ ଟ୍ରେନ୍ ଟ୍ରାଜେଡି ସମୀକ୍ଷା କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ତାସହ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସହ ମଧ୍ୟ ଭିଡିଓ କନଫରେନସିଂରେ କଥା ହୋଇ ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । 

ସେପଟେ ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା ସମୟରେ ଏକାଠି ହୋଇ ମୁକାବିଲା କରିବାକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଆହ୍ୱାନ ଦେଇଛନ୍ତି । ତେବେ ଏତେ ବଡ଼ ଟ୍ରାଜେଡି କାହିଁକି ଘଟିଲା ? ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଧ୍ୟାନ କାହିଁକି ନାହିଁ ବୋଲି ପ୍ରଶ୍ନ କରି ପରବର୍ତ୍ତୀ ସମୟରେ ଏହାର ଉତ୍ତର ଖୋଜିବ ବୋଲି କହିଛି ଭାରତୀୟ ଜାତୀୟ କଂଗ୍ରେସ ।

ପୂର୍ବ ୨୦୦୯ ଫେବ୍ରୁଆରୀ ୧୩ ତାରିଖ ଶୁକ୍ରବାରରେ ଯାଜପୁର ନିକଟରେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ, ଯେଉଁଥିରେ ୧୯ଜଣଙ୍କ ପ୍ରାଣହାନୀ ଘଟିଥିଲା । ଆଉ ଗତକାଲି ସେହି ଶୁକ୍ରବାରରେ ବାହାନଗାରେ ପୁଣି ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛି ସେହି କରମଣ୍ଡଳ। ତେଣୁ ଏବେ ଅପେକ୍ଷା କେତେ ଶୀଘ୍ର ସ୍ପଷ୍ଟ ହେଉଛି ଏହି ଦୁର୍ଘଟଣା ପଛର ଅସଲ କାରଣ ?

Train Accident Mamata Banerjee PM Modi Balasore Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ