Advertisment

ମେଡିକାଲରୁ ଫେରୁଥିଲେ....ସାଙ୍ଗ ହୋଇ ଚାଲିଗଲେ ବାପ-ପୁଅ

ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧ୍କକା ଦେଲା। ବାସ୍‌ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ ଚାଲିଗଲା ଜୀବନ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଲଖନା ଥାନା କୁଶଦହନା ଗାଁରେ।

ଅଦ୍ୟତନ ହୋଇଛି
Accident

Accident

Advertisment

ପୁଅ- ବାପା ବାପା ମୋ ଦେହ ଭଲ ଲାଗୁନି...ମତେ କେମିତି କେମିତି ଲାଗୁଛି

ବାପା- କେମିତି ଲାଗୁଛି?

ପୁଅ- ଜାଣିନି ବାପା, କିନ୍ତୁ ଦେହଟା ଭଲ ଲାଗୁନି

ବାପା- ହଉ ଆମେ ଚାଲେ ମେଡିକାଲ ଯିବା

ପୁଅ- ବାପା ସେଠି ମତେ ଇଞ୍ଜେକସନ୍‌ ଦେବେନି ତ?

ବାପା- ନାରେ..ସେମାନେ ଚିକିତ୍ସା କରିବେ, ଇଞ୍ଜେକସନ୍‌ କାହିଁକି ଦେବେ?

ପୁଅ- ମତେ ଭାରି ଡର ଲାଗୁଛି

ବାପା- ତୁ କାହିଁକି ଡରୁଛୁ? ମୁଁ ପରା ଅଛି...

ପୁଅ- ହଉ ତା’ହେଲେ, ଚାଲ ମେଡିକାଲ ଯିବା...

ଏସବୁ ପଢିବା ପରେ ଆପଣ କିଛି ବୁଝିପାରୁନଥିବେ। ଭାବୁଥିବେ ଏହା କାହାର ବାର୍ତ୍ତାଳପ ନିଶ୍ଚୟ। ଆପଣ ଠିକ୍‌ ଅନୁମାନ କରିଛନ୍ତି। ଦୁର୍ଘଟଣାରେ ବାପ-ପୁଅଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପୂର୍ବରୁ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛିକାଂଶ ଆମେ ଏଠାରେ ଉଦ୍ଧୃଢ କରିଛୁ। କିଛି ଏମିତି କଥାବାର୍ତ୍ତା ହୋଇ ମେଡିକାଲ ବାହାରିଥିଲେ ବାପ ଆଉ ପୁଅ। ୭ ବର୍ଷ ପୁଅର ଦେହ ଖରାପ ଥିବାରୁ ବାପା ଭାରି ଟେନସନ୍‌ରେ ଥିଲେ। ସେଇଥି ପାଇଁ ତ ଟିକିଏ ଦେହ ଖରାପ କଥା କହୁ କହୁ ସାଙ୍ଗେ ସାଙ୍ଗେ ମେଡିକାଲ ଯିବାପାଇଁ କହିଲେ ବାପା। ଖାଲି କହିଲେ ତାହା ନୁହେଁ ବରଂ ପୁଅକୁ ବାଇକ୍‌ରେ ସାଙ୍ଗରେ ନେଇ ମେଡିକାଲ ବାହାରିଥିଲେ ଯବାନ ବାପା।

Advertisment

ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍‌ ଆସି ତାଙ୍କ ବାଇକ୍‌କୁ ଧ୍କକା ଦେଲା। ବାସ୍‌ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ ଚାଲିଗଲା ଜୀବନ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଲଖନା ଥାନା କୁଶଦହନା ଗାଁରେ।

ମେଡିକାଲରୁ ପୁଅରୁ ଚିକିତ୍ସା ସାରି ଫେରିବା ବାଟରେ ବାଇକ୍‌କୁ ଏତେ ଜୋରରେ ଟ୍ରକ୍‌ ଧକ୍କା ଦେଇଥିଲା ଯେ ୧ ମିନିଟ୍‌ରେ ସବୁ କିଛି ସରିଯାଇଥିଲା। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା କମଳ ପାଟକିନାରା OAPF ଯବାନ ବୋଲି ଜଣା ପଡିଛି । ତେବେ ଏକା ସାଙ୍ଗରେ ବାପ-ପୁଅଙ୍କର ଦେହାନ୍ତ ହୋଇଥିବାରୁ ଘଟଣାକୁ ନେଇ ପୂରା ଅଂଚଳରେ ଖେଳିଯାଇଛି ଶୋକର ଛାୟା।

Advertisment

(ନୂଆପଡାରୁ ମାୟାଧର ସରାଫ)

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ