Accident In Bhubaneswar
ଭୁବନେଶ୍ୱର ଇନଫୋସିଟି ଛକରେ ଭୟାବହ ଦୁର୍ଘଟଣା । ଡିଭାଇଡର୍ ଉପରେ ଚଢିଯାଇ ଚୁରମାର୍ କାର୍ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଗାଡ଼ିଟିର ବେଲୁନ୍ ମଧ୍ୟ ବାହାରି ପଡ଼ିଛି । କାରଟି ଡିଭାଇଡର ଉପରେ ଏକ ଇଲେକ୍ଟ୍ରି ପୋଲ୍କୁ ଧକ୍କା ଦେଇଛି । ଗାଡ଼ିଟିର ନମ୍ବର ପ୍ଲେଟ୍ ନାହିଁ । ଏହାକୁ କେହି କାଢିନେଇଥିବା ସନ୍ଦେହ କରାଯାଉଛି । ଡ୍ରାଇଭରଙ୍କର ମଧ୍ୟ ପତ୍ତା ମିଳୁନି ।
ଅପରପକ୍ଷେ ଗାଡ଼ିଟି କାହାର ଏବଂ ଡ୍ରାଇଭର କୁଆଡେ ଗଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦୁର୍ଘଟଣା ପରେ କାରର ନମ୍ବର ପ୍ଲେଟ୍ କେହି କାଢିନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ଛାନଭିନ କରିବା ଗାଡ଼ି ମାଲିକକୁ ଖୋଜୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750821880.jpg)