Fire Mishap
ବିଲଡିଂରେ ଲାଗିଲା ନିଆଁ। ଜଳିଗଲେ ଗୋଟିଏ ପରିବାରର ୭ ଜଣ। ଦୁଇ ଜଣ ଶିଶୁଙ୍କ ସମେତ ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୁମ୍ବାଇ ଚେମ୍ବୁରର ଏକ ବହୁତଳ କୋଠାରେ ଆଜି ଭୋରରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ବିଲଡିଂର ତଳ ମହଲାରେ ଥିବା ଗ୍ରୋସୋରୀ ଦୋକାନ ଘରେ ପ୍ରଥମେ ଲାଗିଥିଲା ନିଆଁ। ପରେ ଉପର ମହଲାକୁ ବ୍ୟାପିଥିଲା। ଯେଉଁଥରେ ଜଳି ଯାଇଥିଲେ ପରିବାରର ୭ ଜଣ।
ଦୋକାନରେ ଶୋଇଥିବା ଅନ୍ୟ ଦୁଇ ଜଣ ନିଆଁ ଲାଗିବା ପରେ ସେଠାରୁ ବାହାରି ଆସିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ତଳ ମହଲାରେ ଥିବା ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728204424.jpg)