Advertisment

ହୃଦୟବିଦାରକ !! ଟ୍ରକ୍ ଧକ୍କାରେ ମାଆ, ଛୋଟ ଝିଅ ମୃତ

ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଦୁର୍ଘଟଣା, ମାଆ, ଝିଅଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅଦ୍ୟତନ ହୋଇଛି
Jagatsinghpur Road Accident

accident

Advertisment

ଜଗତସିଂହପୁର ବାଲିକୁଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିରେ ଯାଉଥିବା ବେଳେ ମାଆ ଓ ଝିଅଙ୍କୁ ଚାପିଦେଲା ଟ୍ରକ୍ । ଜଗତସିଂହପୁର ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାକୁ ଦେଖି ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

Advertisment

ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ମୁଲିସିଂ ଅଞ୍ଚଳର ମୁକ୍ତାର ଖାଁ, ବୋହୂ କଲିମା ବିବି ଏବଂ ଦୁଇ ନାତୁଣୀଙ୍କ ସହିତ ଏଜ ସ୍କୁଟିରେ ମେଡିକାଲ ଯାଉଥିବା ବେଳେ ଚସାପଡ଼ା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କଲିମା ବିବି ଓ ତାଙ୍କ ୬ ମାସର ଝିଅ ଅଲିଆ ଖାତୁନଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ୱଶୁର ଓ ଅନ୍ୟ ଝିଅ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ରେଡ଼କ୍ରସରୁ ମୃତକଙ୍କ ପରିବାରକୁ ୨୦ ହଜ଼ାର ଟଙ୍କା ପ୍ରଦାନ କରାଯାଇଛି ।

ଏବେ ପରିସ୍ଥିତି ଶାନ୍ତ ଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରହିଥିବା ବାଲିକୁଦା ଆଇଆଇସି ସଲୀଳ ପ୍ରଧାନ ସୂଚନା ଦେଇଛନ୍ତି ।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ