Mother And Daughter Die After Being Hit By Train
ଟ୍ରେନ୍ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍ପି ଥାନା ଅଞ୍ଚଳରେ ଟ୍ରେନ୍ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ୪ ବର୍ଷର ପୁଅ ଗୁରୁତର ଆହତ ହୋଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ମୃତକ ହେଲେ- ୟୁ ଶ୍ରାବଣୀ(୨୫) ଓ ତାଙ୍କ ଝିଅ ୟୁ. ଶ୍ରୀ(୮ମାସ)। ଆହତ ୟୁ. ହର୍ଷତ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ। ଏମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚିଡୁପୁଡ଼ି ଗାଁର ବୋଲି ସୂଚନା ମିଳିଛି। କିନ୍ତୁ କିପରି ଟ୍ରେନ୍ରେ କଟିଲେ ସେନେଇ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚିଡ଼ୁପୁଡ଼ି ଗାଁର ୟୁ. ଶ୍ୟାମଙ୍କ ସ୍ତ୍ରୀ ୟୁ. ଶ୍ରାବଣୀ ତାଙ୍କର ଦୁଇ ପିଲାଙ୍କୁ ଧରି ଅପରାହ୍ଣରେ ଇଚ୍ଛାପୁରମ୍ ନିକଟସ୍ଥ ଜଗନ୍ନାଥପୁରମ୍ ରେଲ୍ୱେ ଲେବଲ୍ କ୍ରସିଂ ପାର୍ ହେଉଥିଲେ। ଏହି ସମୟରେ ଏକ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରାବଣୀ ଓ ତାଙ୍କ ଝିଅ ୟୁ. ଶ୍ରୀଙ୍କ ମୃତ୍ୟୁ ଘଟିଥିଲା।
ଗୁରୁତର ଅବସ୍ଥାରେ ଶ୍ରାବଣୀଙ୍କ ୪ ବର୍ଷର ପୁଅ ହର୍ଷତଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜି ମେଡିକାଲରେ ଭର୍ତ୍ତ କରାଯାଇଛି। ପଲାସା ଜିଆର୍ପି ପୋଲିସ୍ କେସ୍ ନମ୍ବର ୯୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1686803447.jpg)