Advertisment

ବିସ୍ଫୋରଣରେ କଟିଗଲା ହାତର ୪ ଆଙ୍ଗୁଠି

ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
Minor boy loses 4 fingers in blast

Minor boy loses 4 fingers in blast

Advertisment

ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ବଙ୍ଗମୁଣ୍ଡା ଗାଁରେ ଥିବା ଏକ କ୍ରସରରେ ବିସ୍ଫୋରଣ ଘଟି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳକ ହେଲେ- ବଳିସିଂ ବରିହା(୧୬)। ଏଥିରେ ତାଙ୍କର ହାତର ୪ଟି ଆଙ୍ଗୁଠି କଟି ଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବଙ୍ଗମୁଣ୍ଡା ଗାଁ ନିକଟ ଏକ କ୍ରସରରେ ପଥର ବ୍ଲାଷ୍ଟିଂ ହୋଇଥିଲା। କ୍ରସର ପାଖରେ କିଛି ଅଫୁଟା ବାରୁଦ ପଡ଼ି ରହିଥିଲା। ସକାଳେ ବଙ୍ଗମୁଣ୍ଡା ଗାଁର ବଳିସିଂ ଚାଷଜମିକୁ ହଳ କରିବାକୁ ଯାଇଥିଲେ। ଦିନ ୧୧ ଟାରେ ସେ କ୍ରସର ନିକଟକୁ ବଳଦ ଚରାଇବାକୁ ନେଇଥିଲେ। ସେଠାରେ କିଛି ବାରୁଦ ପଡ଼ିଥିବା ଦେଖି ଏହାକୁ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।

ଏଥିରେ ବଳିସିଂଙ୍କ ବାମ ହାତର ୩ଟି ଓ ଡାହାଣ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା। ଦୁଇ ହାତରେ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଘରକୁ ଚାଲି ଆସିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। 

Advertisment
Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ