Advertisment

Accident: ମିନି ଟ୍ରକ୍‌ ଉପରେ ଓଲଟି ପଡ଼ିଲା ଆମ୍ବ ବୋଝେଇ ଟ୍ରକ୍‌: ୯ ମୃତ, ୧୧ ଗୁରୁତର

ଆମ୍ବ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହାପରେ ପାଖରେ ଥିବା ଏକ ମିନି ଟ୍ରକ୍‌ ସହ ଧକ୍କା ହୋଇଛି ଆମ୍ବ ବୋଝେଇ ଟ୍ରକ । ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୧୧ ଜଣ ଗୁରୁତର ଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Accident

Accident

Advertisment

ଓଲଟି ପଡ଼ିଲା ଆମ୍ବ ବୋଝେଇ ଟ୍ରକ । ମିନି ଟ୍ରକ୍‌ ସହ ଧକ୍କା ଫଳରେ ୯ ଜଣଙ୍କ ଜୀବନ ଯାଇଛି । ୧୧ ଜଣ ଗୁରୁତର ଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ଆନ୍ନାମୟା ଜିଲ୍ଲାର ରେଡ୍ଡୀଚେରୁଭୁ ନିକଟରେ ଘଟିଛି ଦୁର୍ଘଟଣା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଗୁରୁତରଙ୍କ ଚିକିତ୍ସା ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା କହିଛନ୍ତି। 

Advertisment

ସୂଚନା ଅନୁସାରେ, ଗତକାଲି(ରବିବାର) ରାତିରେ ଏହି ଦୁର୍ଘଟଣାଟି ଘଟିଛି । ଆମ୍ବ ଥିବା ଟ୍ରକରେ ୨୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଆମ୍ବ ବୋଝେଇ ଟ୍ରକ୍‌ଟି ରାଜାରାମପେଟରୁ କୋଡୁରୁ ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିଲା । ହେଲେ ବାଟରେ ପ୍ରବଳ କାଦୁଅ ହୋଇଥିବାରୁ ଫସିଯାଇଥିଲା । ଏହାପରେ ଆମ୍ବବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ପାଖରେ ଥିବା ଏକ ମିନି ଟ୍ରକ୍‌ ଉପରେ ପଡିଯାଇଥିଲା । ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଚିକିତ୍ସାଧୀନ ଅଛନ୍ତି । 

ଅଧିକ ପଢନ୍ତୁ: ଆହତଙ୍କ ମଧ୍ୟରେ ୮ବର୍ଷର ଝିଅ, ପୋଲିସର ତଦନ୍ତ ଜାରି

Truck Accident Truck Overturns AndhraPradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ