Truck Accident
ଯମ ପରି ମାଡ଼ି ଆସିଲା ଟ୍ରକ୍ । ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଚପାଇ ଚାଲିଲା । ଆଉ ଜୀବନ ପରେ ଜୀବନ ନେଇ ଚାଲିଲା । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୫ ଜଣଙ୍କ ଜୀବନ ନେଇଗଲା ସେହି ଯମ ରୁପି ଟ୍ରକ୍ । ଏହି ଦୁର୍ଘଟଣା ମହାରାଷ୍ଟ୍ର ଧୁଲେ ନିକଟ ମୁମ୍ବାଇ-ଆଗ୍ରା ହାଇୱେରେ ଘଟିଛି । ପାଲସନର ଗାଁରୁ ଏହି ଟ୍ରକ୍ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା । ଆଜି ସକାଳୁ ଅର୍ଥାତ୍ ମଙ୍ଗଳବାର ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ର ବ୍ରେକ୍ ଫେଲ୍ ହେବାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଅନେକ ଦୁଇ ଚକିଆକୁ ଧକ୍କା ଦେବା ସହ ୪ ଚକିଆକୁ ମଧ୍ୟ ଟ୍ରକ୍ଟି ଧକ୍କା ଦେଇଛି । ଏମିତିକି ଅନେକ ଗାଡ଼ି ଟ୍ରକ୍ ଚକା ତଳେ ଚାପି ହୋଇଯାଇଛନ୍ତି । ଯାହାଫଳରେ ପ୍ରାୟ ୧୫ ଜଣଙ୍କ ଜୀବନ ଯାଇଛି । ଶେଷରେ ଟ୍ରକ୍ଟି ଓଲଟି ପଡ଼ିବା ସହ ଘୋଷାଡ଼ି ହୋଇ ଏକ ବସ୍ଷ୍ଟପ୍ରେ ଯାଇ ଧକ୍କା ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688464357.jpg)