LPG Tanker
ଖଲ୍ଲିକୋଟ ଥାନା ବଡ଼ଘାଟି ହରିଡା ମୂଳ ନିକଟରେ LPG ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ। ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ବିଶାଖାପାଟଣାରୁ ଖୋର୍ଦ୍ଦା ଅଭିମୁଖେ ଆସୁଥିବାବେଳେ ହରିଡ଼ା ମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ୟାଙ୍କର।
ଖଲ୍ଲିକୋଟ ଥାନା ଠାରୁ ୪୦୦ମିଟର ଦୂରରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଘଟିଥିବାସ୍ଥାନ ଠାରୁ ଉଭୟ ପାର୍ଶ୍ୱର ୨ କିଲୋମିଟର ଯାଏଁ ରାସ୍ତା ସିଲ କରାଯାଇଛି। ସୂଚନା ମୁତାବକ ଆଜି ସକାଳୁ ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା ଏକ LPG ଟ୍ୟାଙ୍କର ହରିଡ଼ା ମୂଳ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଖଲ୍ଲିକୋଟ ପୋଲିସ ଦ୍ୱାରା ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହିତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ଡ୍ରାଇଭର ମନୋଜ କୁମାର ଯାଦବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖଲ୍ଲିକୋଟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/LPG_Tanker_1711885006.jpg)