କେହି ସାହାଯ୍ୟ କଲେନି, ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବୋହିନେଲେ କୁକୁଡ଼ା

କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି ।

van overturns

ଦୁର୍ଘଟଣାଗ୍ରସ୍ତ କୁକୁଡା ବୋଝେଇ ପିକ୍ଅପ୍ ଭ୍ୟାନରୁ କୁକୁଡା ବୋହିନେଲେ ଲୋକେ । କିଏ ସାଇକେଲରେ ତ, ଆଉ କିଏ ହାତରେ ଧରି ଚାଲିଲା କୁକୁଡା । ଏମିତିକି କୁକୁଡା ନେବା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ରେ ।

ଛତିଶଗଡରୁ ଧର୍ମଗଡକୁ ଏକ କୁକୁଡା ବୋଝେଇ ପିକ୍ଅପ୍ ଭ୍ୟାନ ଯାଉଥିଲା । ଏହି ସମୟରେ କୋମନା ବ୍ଲକ ଭେଲାଠାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଶହ ଶହ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ହେଲେ ଗାଡି ଡ୍ରାଇଭର ଅବସ୍ଥା କଣ ହୋଇଛି ବୁଝିବେ କଣ, ଓଲଟା କୁକୁଡା ବୋହିବାରେ ଲାଗିଲେ । କେହି ଡ୍ରାଇଭରଙ୍କୁ ଉଦ୍ଧାର କରିବା କଥା ଚିନ୍ତା କଲେନି । ଦିନକୁ ଦିନ ଲୋକମାନେ ଏପରି ସ୍ୱାର୍ଥପର ବ୍ୟବହାର କରୁଛନ୍ତି, ସତରେ ବିଶ୍ୱାସ କରିବା ବି ଅସମ୍ଭବ ଲାଗୁଛି ।

ତେବେ କିଛି ସମୟ ମଧ୍ୟରେ ହିଁ ଗାଡିରୁ ଅଧାରୁ ଅଧିକ କୁକୁଡା ଗାଏବ ହୋଇଗଲା ।