Advertisment

ମନେ ପଡ଼େ ସେଦିନର ଛାତିଥରା ଦୃଶ୍ୟ...ଏଇଠି ଜୀଅନ୍ତା ଜଳି ଯାଇଥିଲେ ୨୧୫ ଭକ୍ତ...

ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।

ଅଦ୍ୟତନ ହୋଇଛି
Locals Remember Bariapada Fire Tragedy

Bariapada fire tragedy

Advertisment

ଆଖି ଆଗରେ ଜଳିଗଲେ କଞ୍ଚା ରକ୍ତ ମାଂସର ଜୀଅନ୍ତା ମଣିଷ.. ଜଣେ କି ଦୁଇ ଜଣ ନୁହେଁ ସରକାରୀ ହିସାବରେ ୨୧୫  ଜଣ। ଆଉ ବେସରକାରୀ ସଂସ୍ଥା ହିସାବରେ ତାଠୁ ଅଧିକା । ସେ ଦିନ ସିନା ଶହ ଶହ ଜୁଇ ଜଳିବା ପରେ ନିଆଁ ଲିଭିଯାଇଥିଲା..ହେଲେ ୨୬ ବର୍ଷ ପରେ ଆଜି ସେ ଦିନ ଘଟଣା ମନେପଡିଲେ ପ୍ରତ୍ୟକ୍ଷଦର୍ଶୀଙ୍କ ଛାତି ଥରିଉଠୁଛି ।

Advertisment

୨୬ ବର୍ଷ ତଳର କାହାଣୀ ମନେ ପଡିଲେ ଏବେ ବି ଥରେ ଛାତି । ସେଦିନ ଥିଲା ୧୯୯୭ ମସିହା ଫେବୃଆରୀ ୨୩ ତାରିଖ । ଦିନ ପ୍ରାୟ ୨ ଟା୩୦ ମିନିଟ, ହଠାତ ବାରିପଦା ସହର ମଧୁବନ ଆକାଶରେ ଖେଳିଗଲା କଳା ଧୂଆଁ.. ନିଆଁ ଲାଗିଗଲା..ନିଆଁ ଲାଗିଗଲା ଚିତ୍କାର କରି ସମସ୍ତେ ପ୍ରାଣ ବିକଳରେ ଦୌଡ଼ିଲେ । ବଞ୍ଚାଅ ବଞ୍ଚାଅ ଚିତ୍କାର ଆଉ କାନ୍ଦବୋବାଳିରେ ଫାଟି ପଡୁଥାଏ ପରିବେଶ ।

ମଧୁବନରେ ଆୟୋଜିତ ହୋଇଥିଲା ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ବାର୍ଷିକ ସମ୍ମିଳନୀ ଓ ପୂଜାପାଠ।  ସଭାସ୍ଥଳୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସେ ଦିନ ଥିଲା ସମ୍ମିଳନୀର ଶେଷଦିନ ।  ଭକ୍ତଙ୍କ ରହିବା ଓ ଶୋଇବା ପାଇଁ ତିନି ଏକର ଜମିରେ ହୋଇଥିଲା ନଡ଼ା ଓ ଛପରର ଅସ୍ଥାୟୀ ଗୃହ । ତାରି ଭିତରେ ଶୋଇଥିଲେ ଛୁଆ ପିଲାଙ୍କୁ ଧରି ସପରିବାର ସହ ହଜାର ହଜାର ନିଗମାନନ୍ଦଙ୍କ ଭକ୍ତ । କେହି କିଛି ବୁଝିବା ପୂର୍ବରୁ ହାଠାତ ଲାଗିଗଲା ନିଆଁ, ଆଉ କେଇଟା ସେକେଣ୍ଡରେ ସବୁ ଜାଳି ପୋଡ଼ି ଛାରକାର କରିଦେଲା । 

Advertisment

ମର୍ମନ୍ତୁଦ ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି । 

ଭାରତର ସବୁଠାରୁ ବଡ଼ ୧୦ ଫାୟାର୍ ଟ୍ରାଜେଡି ମଧ୍ୟରୁ ବାରିପଦା ଅଘଟଣ ହେଉଛି ଅନ୍ୟତମ..ୟାରି ଭିତରେ ୨୬ ବର୍ଷ ବିତିଯାଇଛି । ଆଜି ବି ବାରିପଦା ର ସେହି ମଧୁବନ ଅଞ୍ଚଳ ସମ୍ପୂର୍ଣ୍ଣ ବଦଳିଯାଇଛି । ସେହିଠାରେ ଠିଆ ହୋଇଛି ରାସ୍ତା ଘାଟ ସାହି ଓ ବଡ଼ ବଡ଼ କୋଠା । ହେଲେ ସେହି ଲୋମହର୍ଷଣ ଘଟଣାକୁ ମନେପକାନ୍ତି ମଧୁବନ ବାସିନ୍ଦା..ମୃତକଙ୍କ ନାମରେ ଦୀପ ପ୍ରଜ୍ୱଳନ କରି ନିରବ ପ୍ରାର୍ଥନା କରନ୍ତି । 

Advertisment

(ରିପୋର୍ଟ- ମାନିକ୍ ଲାଲ୍ ପାଣି, ବାରିପଦା)

Fire Mishap Fire Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ