Advertisment

କଚୋଡି ଦୋକାନରେ ଖାଉଥିଲେ ଲୋକ, ମାଡ଼ିଗଲା ଓକିଲଙ୍କ ମର୍ସିଡିଜ୍‌ କାର

କଚୋଡି ଦୋକାନରେ କିଛି ଲୋକେ ଠିଆ ହୋଇ କଚୋଡି ଖାଉଥିଲେ। ଏହି ସମୟରେ ହଠାତ୍‌ ଏକ ଧଳା ରଙ୍ଗର ମର୍ସିଡିଜ କାର୍‌ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ି ଯାଇଥିଲା।

Accident

Accident

Advertisment

କଚୋଡି ଦୋକାନ ଉପରେ ମାଡ଼ି ଗଲା ମର୍ସିଡିଜ୍‌ କାର। ଏଥିରେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ରାଜପୁର ରୋଡ୍‌ ସିଭିଲ୍‌ ଲାଇନ୍‌ ଅଞ୍ଚଳରେ। ଏହି ଦୁର୍ଘଟଣା ସମୟରେ ଦୋକାନରେ ଅନେକ ଲୋକ ଉପସ୍ଥିତ ଥିଲେ। ତେବେ ଏଥିରେ ଅନେକ ଲୋକ ଆହତ ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍।

Advertisment

ସୂଚନା ଅନୁସାରେ ରବିବାର ମଧ୍ୟାହ୍ମ ସମୟରେ ଦିଲ୍ଲୀର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ଥିବା ପ୍ରସିଦ୍ଧ ଫତେହଚନ୍ଦ କଚୋଡି ଦୋକାନରେ କିଛି ଲୋକେ ଠିଆ ହୋଇ କଚୋଡି ଖାଉଥିଲେ। ଏହି ସମୟରେ ହଠାତ୍‌ ଏକ ଧଳା ରଙ୍ଗର ମର୍ସିଡିଜ କାର୍‌ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ସମୟର ପୂରା ଭିଡିଓ ସିସିଟିଭ୍‌ରେ କଏଦ୍‌ ହୋଇଛି।

ଏହି ଦୁର୍ଘଟଣା ମାମଲାରେ ପୋଲିସ୍‌ ଗାଡି ଚାଳକଙ୍କୁ ଗିରଫ କରିଛି। ଗାଡ଼ି ଚାଳକ ପେଶାରେ ଜଣେ ଆଇନଜୀବୀ ବୋଲି ଜଣାପଡ଼ିଛି। ତାଙ୍କ ନାଁ ପରାଗ ମୌନୀ। ସେ ନୋଏଡାର ବାସିନ୍ଦା । ଦୁର୍ଘଟଣା ଘଟାଇବା ବେଳେ କାର୍‌ ଭିତରେ ଅଭିଯୁକ୍ତଙ୍କ ସହ ତାଙ୍କର ପତ୍ନୀ ମଧ୍ୟ ଥିଲେ । ତେବେ ଭୁଲ୍‌ ବଶତଃ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି ।

Advertisment

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ