Advertisment

ଦୁନିଆ ଅନ୍ଧାର ହୋଇଯାଇଛି, ପୁଅ ଆଉ ବିଦେଶରୁ ଫେରିବନି!

ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି ।

ଅଦ୍ୟତନ ହୋଇଛି
undefined

Kuwait Fire Tragedy

Advertisment

ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି । ଲୁହ ଆଉ ଶୋକ ଭିତରେ ଜଡ଼ସଡ଼ ପତ୍ନୀ ସହ ବୃଦ୍ଧ ବାପା-ମା’ । କୋହ ଆଉ ଲୁହରେ ବତୁରି ଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁ ।

Advertisment

ସର୍ବଗ୍ରାସୀ ନିଆଁ କେଉଁଠି ଥିଲା କେଜାଣି, କୁଏତରେ ରୋଜଗାରିଆ ଭେଣ୍ଡିଆ ପୁଅ ସନ୍ତୋଷ ଗୌଡ଼ଙ୍କ ଜୀବନ ନେଇଗଲା ଅଦିନରେ । ବୟସ କହିଲେ ମାତ୍ର ୩୮ ବର୍ଷ । ଆଜିକୁ ୨ ବର୍ଷ ହେଲା, କୁଏତର ମଙ୍ଗାଫ ସହରର ଏକ ସପିଂ ମଲରେ କାମ କରୁଥିଲେ । ଆଉ ସେହି ରୋଜଗାର ଟଙ୍କାରେ ଗତ ମାର୍ଚ୍ଚରେ ବାପାଙ୍କ ହାର୍ଟ ଅପରେସନ୍ କରିବା ସହ ପୁଣି ବାହୁଡ଼ି ଯାଇଥିଲେ କୁଏତକୁ ।

କିନ୍ତୁ ବୁଧବାରର କାଳରାତିରେ ଘଟିଥିବା ଅଗ୍ନିକାଣ୍ଡରେ ଜଳିପୋଡ଼ି ପ୍ରାଣ ହରାଇଲେ ସନ୍ତୋଷ । ଅନ୍ୟ ଏକ ଘଟଣାକ୍ରମରେ ପତି-ପତ୍ନୀଙ୍କର ସୁଖର ସଂସାର ଚାଲିଥିଲା । କେତେ ଫଟୋ ଉଠାଉଥିଲେ, ଖୁସି ମନଉଥିଲେ । ଜୀବନରେ ଆଉ କେବେ ଫଟୋ ଉଠାଇ ପାରିବେନି ଏହି ଦମ୍ପତ୍ତି । କାରଣ ଜୀବିକା ପାଇଁ ଦରିଆପାରିକୁ ଯାଇ ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ ।

Advertisment

୭ ମାସର ଗର୍ଭବତୀ ଥିବା ପତ୍ନୀକୁ ନିସଙ୍ଗ କରି ବାହୁଡ଼ି ଯାଇଛନ୍ତି ଅଫେରା ବାଟ ଦେଇ । ଏ ହେଲେ କଟକ ତିଗିରିଆ ଥାନା କରଡ଼ାପଲ୍ଲୀର ୩୩ ବର୍ଷିୟ ମହମ୍ମଦ ଜହୁର । କୁଏତ ମଙ୍ଗଫ୍ ସହରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ସିବିଲ୍ ଲାବୋରାଟୋରୀ ଟେକ୍ନିସିଆନ ଭାବେ ।

ବୁଧବାର ଭୋର ସମୟର କଥା । ମସଜିଦରେ ନମାଜ ପାଠପରେ ସେହି ଅଭିଶପ୍ତ କୋଠାର ୫ ମହଲାରେ ଥିବା ନିଜ ରୁମକୁ ଫେରୁଥିଲେ । ଠିକ୍ ସେହି ସମୟରେ ଲାଗି ଯାଇଥିଲା ନିଆଁ । ଏହାଦେଖି ରୁମରେ ଶୋଇଥିବା ଅନ୍ୟ ସାଥୀଙ୍କୁ ଜହୁର ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ ।

Advertisment

ତେବେ କେଇ ଜଣ ୬ ମହଲା ଉପରକୁ ଦୌଡ଼ିଯାଇ ଜୀବନ ବଞ୍ଚାଇଥିଲେ ସତ, କିନ୍ତୁ ପ୍ରବଳ ଧୂଆଁରେ ରୁନ୍ଧି ହୋଇ ଜହୁର ଜୀବନ ହରାଇଥିବା ପରିବାର ଲୋକେ କହିଛନ୍ତି । ଭୟାବହ ନିଆଁରେ ଜଳିପୋଡ଼ି ଯାଇଛି ସେଇ ୬ ମହଲା ଅଭିଶପ୍ତ କୋଠା । କାନ୍ଥରେ ଥିବା ଧୂଆଁ ଓ ନିଆଁର କଳାଦାଗ ବଖାଣୁଛି ସେଦିନର ବିଭୀଷିକା ।

କୋଠାରେ ଖୁନ୍ଦାଖୁନ୍ଦି ହୋଇ ରହୁଥିଲେ ପ୍ରାୟ ୨ ଶହ ଶ୍ରମିକ । ଯେଉଁଠି ନିଆଁ ଲିଭାଉ ଲିଭାଉ କେଇ ଘଣ୍ଟା ଭିତରେ ଚାଲିଗଲା ୪୫ ଭାରତୀୟଙ୍କ ସହ ୪୯ ଅମୂଲ୍ୟ ଜୀବନ । ମୃତ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ କେରଳର । ତେଣୁ ସମସ୍ତ ଭାରତୀୟଙ୍କ ମୃତଦେହକୁ ଧରି କୋଚିନ୍ ବିମାନବନ୍ଦରରେ ପହଞ୍ଚିଥିଲା ବାୟୁସେନାର ସ୍ୱତନ୍ତ୍ର ବିମାନ C-130J ।

ସେଠାରେ ମୃତକଙ୍କୁ କେରଳ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଅନ୍ୟ ମୃତଦେହ ଗୁଡ଼ିକୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି । ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ନଚେତ ଡିଏନଏ ଟେଷ୍ଟ କରିବାକୁ ପଡ଼ିବ । ଏହି ଅଘଟଣକୁ ନେଇ ଶୋକବ୍ୟକ୍ତ କରି ବୁଧବାର ବୈଦେଶିକ ମନ୍ତ୍ରାଳୟ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

ତା’ସହ ମୃତକଙ୍କ ପରିବାରକୁ ପିଏମ୍ ରିଲିଫ ଫଣ୍ଡରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମୋଦି ଘୋଷଣା କରିଥିଲେ । ଏପଟେ ୨ ଓଡ଼ିଆଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ