Advertisment

ଗାଡ଼ି ପାର୍କ କରୁଥିଲେ ଜେଜେ, ହଠାତ୍ ନାତି ଉପରେ ଚଢିଗଲା କାର

ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।

Kerala toddler dies

Kerala toddler dies

Advertisment

ଜେଜେ ହାତରେ ଗଲା ନାତିର ପ୍ରାଣ । ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି । ଏପରି ହୃଦୟ ବିଦାରକ ଖବର ଆସିଛି କେରଳରୁ । ଜେଜେ ବାପାଙ୍କ ଗାଡ଼ି ତଳେ ଚାପି ହୋଇ ୨ ବର୍ଷର ନାତି ମୃତ ।

Advertisment

କେରଳର କାସାରାଗୋଡ ଜିଲ୍ଲାରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଜେଜେବାପାଙ୍କ କାର ତଳେ ପଡ଼ିଯିବା ପରେ ଦୁଇ ବର୍ଷର ନାତିର ମୃତ୍ୟୁ ଘଟିଛି। ଦୁଇ ଛୋଟ ଛୁଆ ଆପାର୍ଟମେଣ୍ଟ ତଳେ ଖେଳୁଥିଲେ । ଏତିକି ବେଲେ ଜେଜେ ବାପା କାର ନେଇ ଆସିଥିଲେ ।

ଜଣେ ଶିଶୁ ସାଇକେଲ ଘୁଞ୍ଚାଇବାକୁ ଯାଇଥିବା ବେଳେ ଅନ୍ୟ ଶିଶୁଟି କାର ଆଗକୁ ଚାଲି ଆସିଥିଲା । ଜେଜେ ବାପା ଛୁଆଟି ଆସୁଥିବା ଦେଖି ନପାରି କାର ଚଢାଇ ଦେଇଥିବା ଅନୁମାନ କରା ଯାଉଛି । ଫଳରେ କାର ଚକ ତଳେ ପିଲାଟି ଚାପି ହୋଇଯାଇଥିଲା । ତେବେ ତୁରନ୍ତ ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

Advertisment

ଅସାବଧାନତା ହେତୁ ଏ ଅଘଟଣ ଘଟିଥିବା କୁହା ଯାଇଛି । କାର ପାର୍କ କରିବା ସମୟରେ ହିଁ ନାତି ଉପରେ ଗାଡ଼ିଟି ଚଢ଼ି ଯାଇଥିଲା । କାର ଚକା ତଳେ ଶିଶୁଟି ଆସି ଯିବାରୁ ଶିଶୁର ମୃତ୍ୟୁ ହୋଇ ଯାଇଛି ।

Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ