Advertisment

ମୁହଁ ଆଗରେ ଫାଟିଗଲା ମୋବାଇଲ୍‌, ଚାଲିଗଲା ଛାତ୍ରୀଙ୍କ ଜୀବନ

ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ ।

ଅଦ୍ୟତନ ହୋଇଛି
Mobile Blast In Kerala

mobile phone explosion

Advertisment

ମୋବାଇଲ୍‌ ଫାଟି ଚାଲିଗଲା ଛାତ୍ରୀଙ୍କ ଜୀବନ । ଜଣେ ଛାତ୍ରୀ ମୋବାଇଲ୍‌ ବ୍ୟବହାର କରୁଥିବାବେଳେ ଠିକ୍ ମୁହଁ ଆଗରେ ମୋବାଇଲ୍‌ ଫାଟି ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଛାତ୍ରୀ ଜଣକ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୋବାଇଲ୍‌ ଦେଖୁଥିଲେ । ମୋବାଇଲ୍‌ ଦେଖୁଥିବାବେଳେ ହଠାତ୍‌ ମୋବାଇଲ୍‌ଟି ବିସ୍ଫୋରଣ ହୋଇଥିଲା ।

Advertisment

ବିସ୍ଫୋରଣରେ ଛାତ୍ରୀ ଜଣକ ଗୁରୁତର ହେବାପରେ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏପରି ଏକ ଘଟଣା କେରଳରେ ଘଟିଛି । ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ । ତାଙ୍କ ଘର କେରଳର ଥିରୁଭିଲଭାମଲାରେ ହୋଇଥିବା କୁହାଯାଇଛି ।

ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସର କହିବା ଅନୁସାରେ, ଗତକାଲି ଅର୍ଥାତ୍‌ ସୋମବାର ଦିନ ଆଦ୍ୟାଶ୍ରୀ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଫୋନ୍‌ ଦେଖୁଥିଲେ । ଫୋନ୍‌ ଦେଖିବା ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Advertisment
Mobile Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ