Air India Plane Crash
ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବିମାନରେ ମେ।ଟ ୨୪୨ଜଣ ଥିଲେ । ଆଜିର ଏହି ଭୟଙ୍କର ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।
ଆସନ୍ତୁ ଜାଣିବା ପୂର୍ବରୁ ଭାରତରେ ଘଟିଥିବା ବଡ଼ ବଡ଼ ବିମାନ ଦୁର୍ଘଟଣା ବିଷୟରେ ।
ଭାରତରେ ସବୁଠ ବଡ଼ ବିମାନ ଦୁର୍ଘଟଣା ୧୯୯୬ ନଭେମ୍ବର ୧୨ରେ ହେ।ଇଥିଲା । ଯାହାକୁ ଚରଖି ଦାଦରି ବିମାନ ଦୁର୍ଘଟଣା କୁହାଯାଏ । ୨ଟି ବିମାନ ପରସ୍ପରକୁ ଧକ୍କା ଦେଇଥିଲେ । ଏଥିରେ ୩୪୯ଜଣଙ୍କ ମୃତ୍ୟୁ ଘଟିଥିଲା ।
୧୯୭୮ ଜାନୁଆରୀ ୧ରେ ମୁମ୍ବାଇରୁ ଉଡାଣ ଭରିଥିବା ବେ।ଇଂ ୭୪୭ ଆରବ ସାଗରରେ ଖସିପଡିଥିଲା । ଏଥିରା ୨୧୩ଜଣଙ୍କ ଜୀବନ ଯାଇଥିଲା। ବିମାନଟି ମୁମ୍ବାଇରୁ ଦୁବାଇ ଯାଉଥିଲା ।
ମେ ୨୨, ୨୦୧୦ରେ ଏୟାର ଇଣ୍ଡିଆ ଏକ୍ସେପ୍ରେସ ଫ୍ଲାଇଟ୍ ୮୧୨ କର୍ଣ୍ଣ।ଟକରେ ଦୁର୍ଘଟଣାଗ୍ରସ୍ତ ହେ।ଇଥିଲା । ବିମାନରେ ୧୬୬ ଜଣ ଲେ।କ ଥିଲେ । ୧୫୮ଜଣଙ୍କ ଜୀବନ ଚାଲିଯାଇଥିଲା ଏହି ଦୁର୍ଘଟଣାରେ ।
୨୬ ଏପ୍ରିଲ ୧୯୯୩ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ୪୯୧ ଔରଙ୍ଗାବାଦରୁ ମୂମ୍ବାଇ ଯାଉଥିଲା । ଉଡାଣ ଭରିବା ସମୟରେ ରନୱେରେ ଥିବା ଟ୍ରକ ସହ ପିଟି ହେ।ଇଥିଲା । ୫୫ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେ।ଇଥିଲେ ।
୨୦୨୦ ଅଗଷ୍ଟ ୭ରେ କେରଳ କେ।ଝିକେ।ଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ରନୱେରୁ ଖସି କ୍ରାସ୍ ହେ।ଇଯାଇଥିଲା। ଏଥିରେ ୨୧ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ୧୧୦ଜଣ ଆହତ ହେ।ଇଥିଲେ ।
ତେବେ ଏହା ପ୍ରଥମ ଦୁର୍ଘଟଣା ନୁହେଁ ଯେଉଁଠି ବେ।ଇଂ ବିମାନ କ୍ରାସ୍ ହେ।ଇଛି । ଏହା ପୂର୍ବରୁ ଅନେକ ଥର ବେ।ଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହେ।ଇଛି । ୨୦୨୪ରେ ସାଉଥ କେ।ରିଆରେ ବେ।ଇଂ ବିମାନ କ୍ରାସ୍ ହେ।ଇଥିଲା । ଯେଉଁଥିରେ ପାଖାପାଖି ୧୮୦ ଲେ।କଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ବେ।ଇଂର ୭୩୭-୮୦୦ ଏୟାରକ୍ରାଫ୍ଟ ସାମିଲ ଥିଲା । ଯାହାକି ୭୩୭ ମାକ୍ସର ନୂଆ ଭର୍ସନ ।
୨୦୧୮ ଓ ୨୦୧୯ରେ ବେ।ଇଂ ୭୩୭ ମାକ୍ସର ବିମାନ କ୍ର।ସ୍ ହେ।ଇଥିଲା । ଯେଉଁଥିରେ ଲାୟନ ଏୟାର ଫ୍ଲାଇଟର ୬୧୦ ଓ ଇଥିୟେ।ପିୟନ ଏୟାରଲାଇନ୍ସ ଫ୍ଲାଇଟ ୩୦୨ ସାମିଲ ଥିଲା । ଏହି ୨ଟି ଦୁର୍ଘଟଣାରେ ୩୪୬ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ଜୀବନ ଚାଲିଯାଇଥିଲା ।
ଯେତେବେଳେ ବେ।ଇଂ ବିମାନ ଲଗାତାର ଭାବେ ଦୁର୍ଘଟଣାଗ୍ରସ୍ତ ହେଉଥିଲା ସେତେବେଳେ ବେ।ଇଂ ୭୩୭ ମାକ୍ସର ଯାଞ୍ଚ କରାଯାଇଥିଲା । ଯେଉଁଥିରେ Maneuvering Characteristics Augmentation Systemରେ ସମସ୍ୟା ଦେଖାଦେଇଥିଲା । ଏହି ସିଷ୍ଟମ ମାନୁଆଲ ଲ୍ୟାଣ୍ଡିଂ ଉପରେ ନିର୍ଭରଶୀଳତା କମ କରିଦେଇଥିଲା । କିନ୍ତୁ ପାଇଲଟଙ୍କୁ ଏହି ବିଷୟରେ ବିଶେଷ କିଛି ସୂଚନ। ଦିଆଯାଇନଥିଲା ।
ତେବେ ଅହମ୍ମଦାବାଦରେ ହେ।ଇଥିବା କ୍ରାସ ବିମାନଟି ହେଉଛି ବେ।ଇଂର ୭୮୭ ଡ୍ରିମଲାଇନର । ଏହା ପୂର୍ବରୁ ଏହି ବିମାନ କେବେବି କ୍ରାସ୍ ହେ।ଇନାହିଁ । ବ୍ଲାକ୍ ବକ୍ସ ମିଳିଲା ପରେ ବିମାନ ଦୁର୍ଘଟଣାର କାରଣ ଜଣାପଡିବ ।
ଏକ ରିପେ।ର୍ଟ ଅନୁସାରେ ବିଶ୍ବରେ ପାଖାପାଖି ୬ହଜାର ବିମାନ ଦୁର୍ଘଟଣାରେ ବେ।ଇଂ ବିମାନ ରହିଛି । ଯେଉଁଥିରେ ୪୧୫ଟି ବଡ ଧରଣର ଦୁର୍ଘଟଣା ହୋଇଛି । ୯ହଜାରରୁ ଅଧିକ ଲେ।କଙ୍କ ମୃତ୍ୟୁ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749737067.jpg)