House gutted in fire in Satyanagar slum in bhubaneswar
ସବୁ ଉଜାଡ଼ି ଦେଲା ସର୍ବଗିଳା ନିଆଁ । ଟିଭି, କମ୍ପ୍ୟୁଟର, ଖଟ, ଆଲମାରୀ, ଯାହା ସବୁ ଆସବାବପତ୍ର ଥିଲା, ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଯୁଆଡ଼େ ଚାହିଁବେ, ସିଆଡ଼େ ଖାଲି କଳା ପାଉଁଶ । ଭୁବନେଶ୍ୱର ଭରତପୁର ସତ୍ୟନଗର ବସ୍ତିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ନିଆଁ ଲାଗି ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତି ପ୍ରାୟ ୮ଟାରେ ବସ୍ତିର ପ୍ଲଟ୍ 1581ରେ ଥିବା ଏକ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଘରେ ଆଉ କିଛି ନାହିଁ । ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଘର ମାଲିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1698389656.jpg)