Ambulance
ଜୀବନ ବଞ୍ଚାଇବା ବଦଳରେ ଜୀବନ ନେଇଗଲା ଆମ୍ବୁଲାନ୍ସ । ଚାହୁଁଚାହୁଁ ରାସ୍ତା ଉପରେ ଜଣଙ୍କୁ ଧକ୍କା ଦେଲା...ଆଉ ଜୀବନ ନେଇଗଲା । ବଲାଙ୍ଗିର ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ସକାଳେ ଗତକାଲି ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଛି । ଯାହାକୁ ନେଇ ଏବେ ପୂରା ଜିଲ୍ଲାରେ ଚାଲିଛି ଚର୍ଚ୍ଚା । କାରଣ ଏଇ ଦୁର୍ଘଟଣାରେ କେବଳ ଜଣଙ୍କ ମୃତ୍ୟୁ ହୋଇଛି ତାହା ନୁହେଁ ବରଂ ୨ ଜଣ ଗୁରୁତର ଆହତ ହୋଇଛି ।
ରାତିରେ ଜିଲ୍ଲାର ଖୁସିରାମ ନିଜ ସ୍ତ୍ରୀ ଓ ଝିଅ ସହ ମିଶି ନିଜ କାର୍ରେ ବଲାଙ୍ଗିର ଯାଉଥିଲେ । ମାୟାବର୍ହା ଛକ ନିକଟରେ ଗାଡ଼ିରେ ତେଲ ସରି ଯିବାରୁ ରାସ୍ତା କଡ଼ରେ ଗାଡି ଅଟକାଇ ଗାଡି ପଛପଟେ ଠିଆ ହୋଇ ଫୋନରେ କାହାସହ କଥା ହେଉଥିଲେ। ବାସ୍ ଏତିକି ବେଳେ ପାଟଣାଗଡ଼ ପଟୁ ଦ୍ରୁତ ଗତିରେ ଏକ ଆମ୍ବୁଲାନ୍ସ ଆସି ଖୁସିରାମଙ୍କ ଉପରେ ଚଢିଯାଇଥିଲା । ପରେ କାର୍କୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ କାର୍ରେ ଥିବା ଖୁସିରାମଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଭାବରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି।
ଆମେ ସମସ୍ତେ ଜାଣନ୍ତି ଆମ୍ବୁଲାନ୍ସ ରୋଗୀର ଜୀବନ ବଞ୍ଚାଏ । ହେଲେ ପାଟଣାଗଡରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ଖୁସିରାମଙ୍କ ପରିବାର ଆଖିରେ ଭରି ଦେଇଛି ଲୁହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Ambulance_1686934489.jpg)