Advertisment

ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱ, ବଞ୍ଚିଛନ୍ତି ଦିଲୀପ-ଜ୍ୟୋତିରଞ୍ଜନ ଗଲେ କୁଆଡ଼େ ?

ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।

ଅଦ୍ୟତନ ହୋଇଛି
undefined

Hi-Tech Medical

Advertisment

କେଉଁଠି ସ୍ୱାମୀଙ୍କୁ ଖୋଜି ଖୋଜି ଚେତାଶୂନ୍ୟ ହୋଇଯାଉଛନ୍ତି ପତ୍ନୀ । ତ ଆଉ କେଉଁଠି ସ୍ୱାମୀ ମରିଗଲେ ଭାବି ଜୀବନ ହାରିଦେଇଥିବା ପତ୍ନୀଙ୍କ ପରିବାର ସେହି ଝିଅକୁ ଫେରାଇ ଦେବାକୁ କରୁଛନ୍ତି ଆକୁଳ ନିବେଦନ । ସ୍ଥିତି ଏମିତି ଯେ,ସମସ୍ତେ ଏବେ ପାଗଳପ୍ରାୟ । କିଏ କାହାକୁ ବୁଝାଇବେ, କିଏ କାହାକୁ ଶାନ୍ତ୍ୱନା ଦେବେ ତାହା କହିହେଉନି କି ବୁଝି ହେଉନି ।

Advertisment

କାରଣ ୟେ ଏମିତି ଘଟଣା, ବୋଧହୁଏ କେହି କେବେ ଭାବି ବି ନଥିବେ। କାରଣ ଗୋଟିଏ ଲୋକଙ୍କୁ ମୃତ ଘୋଷଣା କରିଦେଲେ, ସେହି ଖବର ଶୁଣି ଜୀବନ ହାରିଦେଲା ପତ୍ନୀ । ହେଲେ ମରିଥିବା ସେହି ସ୍ୱାମୀ ଏବେ କହୁଛନ୍ତି ମୁଁ ଜୀବିତ । ହାଇଟେକ୍ ମେଡିକାଲରେ ବିସ୍ଫୋରଣରେ ଯେଉଁ ଦିଲୀପ ସାମନ୍ତରାୟ ମୃତ ବୋଲି ଦର୍ଶାଯାଇଥିଲା, ସେହି ଦିଲୀପ ଏବେ ମେଡ଼ିକାଲର ଭେଣ୍ଟିଲେଟରରୁ ବାହାରି ଜୀବିତ ବୋଲି କହିବା ପରେ ହଇଚଇ ଚାରିଆଡ଼େ।

କାରଣ ୨ ବର୍ଷ ତଳେ ବିବାହ କରିଥିବା ପତ୍ନୀ ସୋନା ସାମନ୍ତରାୟ ଦିଲୀପଙ୍କ ବିୟୋଗ ଖବର ଶୁଣି ନୂଆବର୍ଷ ଭଳି ଦିନରେ ଆତ୍ମହତ୍ୟା କରିଦେଇଥିଲେ । ଆଉ ତା’ପରଠୁ ଶୋକରେ ବୁଡ଼ିରହିଛନ୍ତି ଜଟଣି ବଅଙ୍ଗ ଗାଁରେ ଥିବା ପରିବାର। ଏପରିକି ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ଚାଲିଥିଲା ପ୍ରସ୍ତୁତି। ଦଶାହ କର୍ମପାଇଁ ଛପାଯାଇଥିଲା ଗଙ୍ଗା କାର୍ଡ। ହେଲେ ଏବେ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି, ଦିଲୀପ ଏବେ ଜୀବିତ। ଏଭଳି ତ୍ରୁଟି ଏବଂ ଦାୟିତ୍ୱହୀନତା ପାଇଁ ପରିବାର ଲୋକେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। 

Advertisment

ତେବେ ଯେଉଁ ମୃତଦେହ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ତାହା କାହାର ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଭଳି ସ୍ଥିତିରେ ମେଡ଼ିକାଲରେ କାନ୍ଦି କାନ୍ଦି ସ୍ୱାମୀଙ୍କୁ ଖୋଜୁଛନ୍ତି ପତ୍ନୀ ଏବଂ ତାଙ୍କ ସମ୍ପର୍କୀୟ। ସେମାନେ ହେଉଛନ୍ତି, ନିଆଳି ଗୋବିନ୍ଦପୁର ଥାନା କୂଳବ୍ରାହ୍ମଣ ସାଇଲୋ ଗାଁର ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପତ୍ନୀ ଓ ସଂପର୍କୀୟ। କାରଣ ଜ୍ୟୋତିରଂଜନ ବି ବିସ୍ଫୋରଣର ଶିକାର ହୋଇ ଆହତ ହୋଇଥିଲେ। କିନ୍ତୁ, ସେହି ଜ୍ୟୋତିରଂଜନଙ୍କ ମରଶରୀରକୁ ଦିଲ୍ଲୀପଙ୍କ ବୋଲି କହିବାରୁ ଜ୍ୟୋତିଙ୍କ ଶବକୁ ନେଇ ଦିଲ୍ଲୀପଙ୍କ ପରିବାର ଅନ୍ତିମ ସତ୍କାର କରିଥିବା କୁହାଯାଉଛି।

ଜ୍ୟୋତିଙ୍କ ବାପା କହିଛନ୍ତି, ଚିକିତ୍ସିତ ବ୍ୟକ୍ତି ମୋ ପୁଅ ନୁହନ୍ତି। ଜ୍ୟୋତି ଗୋଡରେ ତ ଦାଗ ଅଛି, କିନ୍ତୁ ଏହି ବ୍ୟକ୍ତିଙ୍କ ଗୋଡ଼ରେ ଦାଗ ନାହିଁ। ଏଭଳି ସ୍ଥିତିରେ ୩ ବର୍ଷ ତଳେ ବିବାହ କରିଥିବା ୨୪ ବର୍ଷିୟା ପତ୍ନୀ ଏବେ ଖୋଜୁଛନ୍ତି ସ୍ୱାମୀ ଜ୍ୟୋତିରଂଜନ କେଉଁଠି।

Advertisment

ଡିସେମ୍ବର ୨୯। ହାଇଟେକ୍ ମେଡିକାଲ କ୍ୟାମ୍ପସରେ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା AC ମରାମତିବେଳେ ଘଟିଥିଲା କଂପ୍ରେସର ବିସ୍ଫୋରଣ। ଏଥିରେ ଏଯାଏଁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏଭଳି ଟ୍ରାଜେଡି ଭିତରେ ମୃତଦେହକୁ ନେଇ ଦ୍ୱନ୍ଦ୍ୱ ସହ ବିବାଦ ଉପୁଜିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି, DNA ଟେଷ୍ଟ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ। 

Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ