Helicopter Crash
କେଦାରନାଥ ନିକଟରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ ଦୁର୍ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁପ୍ତକାଶୀକୁ ଯାଉଥିଲା ହେଲକପ୍ଟର । ହେଲିକପ୍ଟର୍ରେ ପାଇଲଟ୍ଙ୍କ ସମେତ ୭ ଜଣ ଥିଲେ । ଖରାପ ପାଗ କାରଣରୁ ହେଲିକପ୍ଚରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।
ଆଜି ଭୋର ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଉତ୍ତରାଖଣ୍ଡର ଡେରାଡୁନରୁ କେଦାରନାଥ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟରଟି କେଉଁଆଡେ ନିଖୋଜ ହୋଇଯାଇଥିଲା । ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୋକ ପ୍ରକାଶ କରିଛନ୍ତି । କେଦାରନାଥ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୭ ତାରିଖରେ ମଧ୍ୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ରୁଦ୍ରପ୍ରୟାଗ ଜିଲ୍ଲାର ହାଇୱେ ନିକଟରେ ହେଲିକପ୍ଟରଟିକୁ ଏମରେଜନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ସେଥିରେ ଥିବା ଯାତ୍ରୀ ଓ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us