Advertisment

ଭୟଙ୍କର ଦୃଶ୍ୟ : ପାହାଡ଼ରୁ ଖସିଲା ବଡ଼ ପଥର, ଟ୍ରେନ୍ ଇଞ୍ଜିନ ଲାଇନ୍‌ଚ୍ୟୁତ

ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର..ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର

ଅଦ୍ୟତନ ହୋଇଛି
Goods train engine derails

Goods train engine derails

Advertisment

ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Advertisment

ସୂଚନା ଅନୁସାରେ ଆଜି ସକାଳେ ଏକ ମାଲବାହୀ ଟ୍ରେନ୍‌ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଶରଧାମୁଣ୍ଡା ନିକଟରେ ହଠାତ୍‌ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଖସି ପଡ଼ିଥିଲା । ପଥର ଖଣ୍ଡଟି ଟ୍ରେନ୍‌ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି।

Advertisment

ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁ ପଥର ଖଣ୍ଡକୁ ହଟାଇ ଇଞ୍ଜିନକୁ ଟ୍ରାକ୍‌କୁ ଆଣିବା କଷ୍ଟକର ହୋଇ ପଡ଼ିଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଶୀଘ୍ର ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ବରିଷ୍ଠ ଅଧିକାରୀ ଆଶା ରଖିଛନ୍ତି ।

Train Accident Train Derailed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ