Advertisment

ନିଖୋଜ ଥିଲେ..ସମୁଦ୍ରରୁ ଉଦ୍ଧାର ହେଲା ପ୍ରଜ୍ଞାଙ୍କ ମୃତଦେହ

ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।

ଅଦ୍ୟତନ ହୋଇଛି
Drowning Death

Drowning Death

Advertisment

ଉଦ୍ଧାର ହେଲା ଗଂଜାମ ଛତ୍ରପୁର ନିକଟରେ ସମୁଦ୍ରରେ ବୁଡ଼ି ନିଖୋଜ ହୋଇଥିବା ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ। ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସ୍କ୍ୟୁ ଅପରେସନ ପାଇଁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ସର୍ଚ୍ଚ ଅପରେସନ କରିଥିଲେ ।

Advertisment

ସୂଚନା ମୁତାବକ, ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ ନିକଟ ସମୁଦ୍ରରେ ୬ ଜଣ ଛାତ୍ରୀ ସାଙ୍ଗହୋଇ ଗାଧୋଇବାକୁ ଯାଇଥିବାବେଳେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ ଲୋକେ । ୨ ଜଣ ଛାତ୍ରୀ ବୁଡି ଯାଇଥିଲେ । ତାଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ହେଲେ କନିଷି ଅଂଚଳର ସ୍ୱପ୍ନାରାଣୀ ପଣ୍ଡିତ । ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ତେବେ ଏବେ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।

ନିଖୋଜ ଥିବା ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ । ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ପ୍ରଜ୍ଞାରାଣୀ ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ । ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ । ହେଲେ ଗାଧୋଇଲା ବେଳେ ୫ଜଣ ସାଙ୍ଗ ବୁଡ଼ିଯାଇଥିଲେ। 

Advertisment
Drowning Death Gopalpur Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ