Advertisment

ହାତୀପଲକୁ ଘଉଡାଉଥିଲେ ଲୋକେ; ଟ୍ରେନ୍‌ ଚକାତଳେ ଗଲା ଛୁଆହାତୀର ଜୀବନ

ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ।

ଅଦ୍ୟତନ ହୋଇଛି
Elephant Killed After Being Hit By Goods Train In Rourkela

Elephant Died

Advertisment

ଦିନକୁ ଦିନ ତୀବ୍ର ହେଉଛି ହାତୀ-ମଣିଷ ଲଢେଇ। କେତେବେଳେ ହାତୀ ଜନବସତି ମୁହାଁ ହୋଇ ଧନଜୀବନ ନଷ୍ଟ କରୁଛି ତ ଆଉ କେତେବେଳେ ମଣିଷ ହାତୀ ଦାନ୍ତ ପାଇଁ ତାକୁ ଶିକାର କରୁଛି। ଏହାରି ଭିତରେ ଆଉ ଏକ ଘଟଣା ସାମନାକୁ ଆସିଛି। ହାତୀ ଘଉଡାଇବା ବେଳେ ଟ୍ରେନ୍ ଚକା ତଳେ ଯାଇଛି ହାତୀ ଛୁଆର ଜୀବନ।

Advertisment

ରାଉରକେଲା ବନ୍ଧୋମୁଣ୍ଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ। ଗତକାଲି ରାତିରେ ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଘଟଣା ଘଟିଛି।

ଅଧିକ ପଢ଼ନ୍ତୁ: ହାତୀଙ୍କ ଉତ୍ପାତ, ହଜିଛି ଲୋକଙ୍କ ନିଦ ! ସଞ୍ଜ ନଇଁଲେ ଗାଁ ମୁହାଁ ଗଜରାଜ

Advertisment

ମିଳିଥିବା ଭିଡିଓରୁ ସ୍ପଷ୍ଟ ହେଉଛି, ଅଞ୍ଚଳରେ ଥିବା କିଛି ହାତୀ ପଲଙ୍କୁ ଲୋକେ ରାତିରେ ଟର୍ଚ ଲାଇଟ୍ ମାରି ଘଉଡ଼ାଉଥିଲେ। ତେବେ ହାତୀପଲ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନେକ ହାତୀ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣା ସ୍ଥଳରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ପରେ ଖବର ପାଇ ବନ ବିଭାଗ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Elephant Death Goods Trains
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ