Advertisment

ଭୟଙ୍କର ଦୁର୍ଘଟଣା: ଦ୍ରୁତ ଗତିରେ ଆସି ବସ୍‌ ଭିତରେ ପଶିଗଲା କାର୍‌, ଗାଡ଼ି ପୁରା ଚୁର୍‌ମାର୍‌...

ନିୟନ୍ତ୍ରଣ ହରାଇ ବସ୍‌ ଭିତରେ ପଶିଗଲା କାର୍‌। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Car Rams Into Bus On Mumbai-Ahmedabad Highway

Four people died on spot in a collision between a car and a bus

Advertisment

ନିୟନ୍ତ୍ରଣ ହରାଇ ବସ୍‌ ଭିତରେ ପଶିଗଲା କାର୍‌। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାଲଘର ଜିଲ୍ଲା ଦହାନୁ ଅଞ୍ଚଳରେ ମୁମ୍ବାଇ-ଅହମଦାବାଦ ହାଇୱେରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଜରାଟରୁ ମୁମ୍ବାଇ ଯାଉଥିବା କାର୍‌ ନିୟନ୍ତ୍ରଣ ହରାଇ ବସ୍‌ ଭିତରେ ପଶି ଯାଇଥିଲା। 

Advertisment

ସୂଚନା ଅନୁସାରେ, ଗୁଜରାଟରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାର୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଯୋଗୁ ଗାଡ଼ି ବସ୍‌ ଭିତରେ ପଶି ଯାଇଥିଲା। ମୁମ୍ବାଇ-ଅହମଦାବାଦ ହାଇୱେରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାର୍‌ ଚୁର୍‌ମାର୍‌ ହୋଇଥିବା ବେଳେ ବସ୍‌ର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ବସ୍‌ ତଳୁ କାର୍‌କୁ ବାହାର କରିଥିଲା। ଏହାସହ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Advertisment

କିଛି ଦିନ ପୂର୍ବେ ପାଲଘର ଜିଲ୍ଲାର କାସା ଥାନା ଅଞ୍ଚଳରେ କାର୍‌-ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ଜଣେ ନାବାଳିକାଙ୍କ ସମେତ ୩ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଥିଲେ। ସେହିପରି ମୁମ୍ବାଇ-ଗୋଆ ଏନ୍‌ଏଚ୍‌ର ମାନା ଗାଁ ନିକଟରେ ଜାନୁଆରୀ ୧୯ରେ ହୋଇଥିବା ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। 

Bus Accident Road Accident Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ