Advertisment

କୂଅରେ ପଡି ଛଟପଟ ହେଉଥିଲା ବିଲେଇ...ଉଦ୍ଧାର କରିବାକୁ ଯାଇ ଚାଲିଗଲା ୫ଜୀବନ

ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି।ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Five Die In Bid To Save Cat From Well In Maharashtra

five-die-after-trying-to-rescue-cat

Advertisment

ଏମିତି ବି ଆସେ ମୃତ୍ୟୁ। ବିଲେଇକୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଅବଭାନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ। ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର ଜୀବନ ରକ୍ଷା କରିବାକୁ ଯାଇ ୫ଜଣ ଜୀବନ ହରାଇଛନ୍ତି।

Advertisment

ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ହଠାତ୍ ବାୟୋଗ୍ୟାସ୍‌ କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। ଅନେକ ସମୟ ବିତିଯିବା ପରେ ବି କୂଅରୁ ନବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ ନିକଟରୁ ଯାଇ ଦେଖିଥିଲେ। ତାଙ୍କୁ ବଞ୍ଚାଇବାକୁ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ।

Advertisment

ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି।ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ନେଭାସା ତହସିଲର ୱାକଡି ଗାଁରେ ଏହି ଦୁର୍ଘଟଣା ଘଟିଥିଲା ​। ଏହି ଘଟଣା ଜଣାପଡିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ୫ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଘଟଣାର ତଦନ୍ତ ଜାରି ରହିଛି।

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ