Advertisment

ମାଛ ବିକୁଥିଲେ, ହଠାତ୍‌ ଆସି ଚାପିଦେଲା କଣ୍ଟେନର...

ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Road Accident In Odisha

Fish trader crushed to death by a speeding container in Rayagada

Advertisment

ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଲୋକେ। ରାୟଗଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି। ମୃତକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ।ଘଟଣାସ୍ଥଳରେ ରାୟଗଡ଼ା ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ସବୁଦିନ ପରି ଆଜି ସକାଳେ ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖରେ ବୋଚ୍ଚା ମାଛ ବିକ୍ରି କରୁଥିଲେ। ଏହି ସମୟରେ ହଠାତ୍‌ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। କଣ୍ଟେନରଟି ରାଉଲକେଲାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଥାଉ କି, ୨ ବର୍ଷ ପୂର୍ବେ ବୋଚ୍ଚାଙ୍କ ସ୍ତ୍ରୀ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଏବେ ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ଝିଅ। ବିଧିର ବିଧାନ ଏମିତି ଯେ ଯିଏ ପରିବାର ପ୍ରତିପୋଷଣ କରୁଥିଲେ ସେମଧ୍ୟ ଅକାଳରେ ଚାଲିଗଲେ। ବୋଚ୍ଚାଙ୍କ ମୃତ୍ୟୁ ପରେ ପରିବାରର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିଛି।

Advertisment

(ରିପୋର୍ଟ- ମାଉଡ଼ି ବାରିକ, ରାୟଗଡ଼ା)

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ