ପାର୍କିଂରେ ଛିଡ଼ା ହୋଇଥିଲା ସବୁ କାର, ଅଚାନକ ଜଳିଗଲା..!

ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।

fire

ଥାନା ପାଖରେ ଥିବା ଏକ ପାର୍କିଂରେ ରହିଥିଲା ଗାଡ଼ି । ଏକାଥରକେ ସବୁ ଜଳିଗଲା । ଗୋଟିଏ କି ଦୁଇଟି ନୁହେଁ ୧୯ଟି ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଗଲା । ବୁଧବାର ଭୋର ପ୍ରାୟ ୧.୧୭ରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦିଲ୍ଲୀ ମଧୁ ବିହାର ଅଞ୍ଚଳରେ । ଏହି ପାର୍କିଂ ସ୍ଥଳଟି ମାଣ୍ଡୱାଲି ପୋଲିସ ଷ୍ଟେସନ୍‌ର ଅତି ନିକଟରେ ରହିଛି । ଆଉ ସହରର ପୂର୍ବ ଭାଗରେ ।

ତେବେ ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁଆୟତ୍ତ କରିଥିଲା । ହେଲେ ସେତେବେଳକୁ ୧୯ଟି କାର ଜଳି ପୋଡ଼ି ନଷ୍ଟ ହୋଇସାରିଥିଲା । ଏହି ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୯ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ ଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ପରିଶ୍ରମ ପରେ ନିଆଁ ଲିଭିଥିଲା ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପଥର ଖଣି..ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ । ଆପେ ଆପେ ନିଆଁ ଲାଗିଛି ନା ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି । ସେନେଇ ତଦନ୍ତ ଚାଲିଛି ।