Advertisment

କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ, ଚେକ୍ ଇନ୍ କାଉଣ୍ଟରରେ ନିଆଁ

ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।

ଅଦ୍ୟତନ ହୋଇଛି
Fire breaks out inside Kolkata's International Airport

Fire breaks out inside Kolkata's International Airport

Advertisment

କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ। ବିମାନ ବନ୍ଦରର ଚେକ୍ ଇନ୍ କାଉଣ୍ଟର ପାଖରେ ନିଆଁ ଲାଗିଥିଲା। ଫଳରେ ଏୟାରପୋର୍ଟ ଭିତର ଧୂଆଁମୟ ହୋଇଯିବାରୁ ଯାତ୍ରୀଙ୍କୁ ବାହାରକୁ ନିଆଯାଇଥିଲା। ସେପଟେ ନିଆଁ ଲିଭାଇବାରେ ୬ଟି ଦମକଳ ନିୟୋଜିତ ହୋଇଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ବିମାନ ବନ୍ଦରରେ ଲାଗିଥିବା ନିଆଁ ଆୟତ୍ତକୁ ଆସିଯାଇଛି। ଅଗ୍ନିକାଣ୍ଡରେ କେହି ଆହତ ମଧ୍ୟ ହୋଇନାହାଁନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।

ସଙ୍ଗେ ସଙ୍ଗେ ଯାତ୍ରୀଙ୍କୁ ବାହାରକୁ ନିଆଯାଇ ନିଆଁ ଲିଭାଯାଇଛି। ୯ଟା ୪୦ ସୁଦ୍ଧା ନିଆଁକୁ ଆୟତ୍ତ କରାଯିବା ପରେ ୧୦ଟା ୧୫ରେ ପୁଣି ସେବା ଆରମ୍ଭ ହୋଇଛି। ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। 

Advertisment
Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ