Fire
ଜଳିଗଲା ୮ ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ୮ବଖରା ଚାଳଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । କିଛି ସମୟ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ପାଉଁଶ ହୋଇଯାଇଛି ।
ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁକୁ ଲିଭାଇବାକୁ ଦମକଳ ବହିନୀକୁ ନାକେଦମ ହେବାକୁ ପଡିଥିଲା । ଏବେ ବିପନ୍ନ ମାନେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Fire_1725591865.jpg)