Advertisment

Massive Explosion: ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ,୧୦ ମୃତ

ତେଲେଙ୍ଗାନାର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ୧୦ ମୃତ । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଉଦ୍ଧାରକାର୍ଯ୍ୟ ଜାରି ।

ଅଦ୍ୟତନ ହୋଇଛି
Massive Explosion

Massive Explosion

Advertisment

ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ବର୍ତ୍ତମାନର ଖବର ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ହାଇଦ୍ରାବାଦ ନିକଟ ପତନଚେରୁରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ବିସ୍ଫୋରଣ ଘଟିଛି । ଫଳରେ ସେଠାରେ ଉପସ୍ଥିତ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିବାବେଳେ କିଛି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । 

Advertisment

ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଗାଚି ଫାର୍ମା କମ୍ପାନୀରେ ଏପରି ଅଘଟଣ ଘଟିଛି । କେମିକାଲ ଟ୍ୟାଙ୍କର ବ୍ଲାଷ୍ଟ ହେବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଆଖପାଖରେ ଧୂଆଁମୟ ହୋଇଯାଇଥିବା ପୂରା ପରିବେଶ । ଫ୍ୟାକ୍ଚ୍ରିରେ ଉପସ୍ଥିତ ଥିବା କର୍ମଚାରୀଙ୍କ ମଧ୍ୟରୁ ୧୦ ଜଣଙ୍କ ଜୀବନ ଯାଇଛି । ଏକାଧିକ ଆହତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । 

ଅଧିକ ପଢନ୍ତୁ: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

Fire Breaks Out Hyderabad Telangana Chemical Factory Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ