Express train derails
ସମ୍ବଲପୁର ଷ୍ଟେସନର ୱାସିଂ ଲାଇନରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ । ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା ।
ଏହି ସମୟରେ ଟ୍ରେନର ପ୍ୟାଣ୍ଟ୍ରିକାର ଲାଇନଚ୍ୟୁତ ହୋଇଥିଲା । ରେଳବାଇ ପକ୍ଷରୁ ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଯାଇଥିଲା । ତେବେ ଟ୍ରେନରେ ଯାତ୍ରୀନଥିବାରୁ କୌଣସି ମୃତାହତର ସୂଚନା ନାହିଁ ।
ସମ୍ବଲପୁରକୁ ଟ୍ରେନଚଳାଚଳ ସ୍ୱାଭାବିକ ଥିବା ବେଳେ, ଆଜି ଟ୍ରେନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।...ତେବେ କେଉଁ ଲାଇନଚ୍ୟୁତ ହେଲା ସେନେଇ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701314824.jpg)