ପୁଣି ଜୀବନ ନେଲା ବାଣ ବିସ୍ଫୋରଣ । ବାଣ କାରଖାନାରେ ବଡ଼ ଅଘଟଣ । ବାଣ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି । ବିଶାଖାପାଟଣାରେ ଘଟିଛି ଏଭଳି ଭୟାବହ ବାଣ ବିସ୍ଫୋରଣ ।
ଆନ୍ନକାପଲ୍ଲୀ ଜିଲ୍ଲାର କୈଳାସପାଟଣା ଗାଁରେ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୪ଟି ଘର ସମ୍ପୂର୍ଣ୍ଣ ଉଡ଼ିଯାଇଛି । ଏମିତିକି ୫ କିଲୋମିଟର ଦୂର ଯାଏଁ ଅଞ୍ଚଳ ଥରିଉଠିଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ନିଆଁକୁ ଆୟତ୍ତ କରିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଦିନ ପ୍ରାୟ ୧୨:୪୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
Also Read
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କର ଚିକିତ୍ସା କରାଯାଉଥିବା କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଚଳିତ ମାସ ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ଏହିଭଳି ଏକ ଦୁଃଖଦ ଘଟଣା ଘଟିଥିଲା । ବନାସକାଣ୍ଠାରେ ବାଣ କାରଖାନାରେ ବିସ୍ଫୋରଣ ଫଳରେ ଅଗ୍ନିକାଣ୍ଡ ଘଟି ଏକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିବା ସହ ସାତ ଜଣଙ୍କର ଜୀବନ ଯାଇଥିଲା ।
ଅଧିକ ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ