Advertisment

Explosion in Ambulance: ଆମ୍ବୁଲାନ୍ସ ଭିତରେ ବିସ୍ଫୋରଣ, ନବଜାତ ଶିଶୁକନ୍ୟାର ବାପା ଗୁରୁତର

ଆମ୍ବୁଲାନ୍ସ କର୍ମଚାରୀଙ୍କ ଭୁଲ୍ ଯୋଗୁଁ ଆମ୍ବୁଲାନ୍ସ ଭିତରେ ବିସ୍ଫୋରଣ ଘଟିଥିବା କୁହାଯାଉଥିବା ବେଳେ ଏବେ ଆମ୍ବୁଲାନ୍ସ କେଉଁଠି ତାହା ଜଣାପଡିନାହିଁ l ନିୟମ ଅନୁସାରେ କୌଣସି ରୋଗୀ ଯଦି ୧୦୮ କୁ ଫୋନ କରିବ, ତାହେଲେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ଯିବା ଆଗରୁ ପ୍ରଥମେ ଆମ୍ବୁଲାନ୍ସ ସହ ସବୁ ଜିନିଷ ଠିକ ଅଛି କି ନାହିଁ ତାହା ଦେଖିଥାନ୍ତି । ତାପରେ ହିଁ ରୋଗୀ ଙ୍କୁ ଆମ୍ବୁଲାନ୍ସ ରେ ଧରି ଅନ୍ୟ ହସ୍ପିଟାଲ କୁ ଯାଇଥାନ୍ତି l

ଅଦ୍ୟତନ ହୋଇଛି
ଆମ୍ବୁଲାନ୍ସରେ ବିସ୍ଫୋରଣ

ଆମ୍ବୁଲାନ୍ସରେ ବିସ୍ଫୋରଣ

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହସ୍ପିଟାଲ ସମ୍ମୁଖରେ ଥିବା ଆମ୍ବୁଲାନ୍ସ ଭିତରେ ହଠାତ ହେଲା ବିସ୍ଫୋରଣ l ତିନି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି l କାହିଁକି ଓ କଣ ପାଇଁ ହେଲା ବିସ୍ଫୋରଣ କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ କରୁଛି ଟିଟିଲାଗଡ ପୋଲିସ l ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱ ଯୋଗୁଁ ଏଭଳି ଘଟଣା ଘଟିଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ l ସାଧାରଣ ରେ ଚର୍ଚ୍ଚା ରୋଗୀ ଙ୍କ ପାଇଁ କେତେ ସୁରକ୍ଷିତ ଆମ୍ବୁଲାନ୍ସ l ଆସନ୍ତୁ ଟିଟିଲାଗଡରୁ ଦେଖିବା ଏହି ବିଶେଷ ରିପୋର୍ଟ

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ହସ୍ପିଟାଲର ମାତୃ ଓ ଶିଶୁ ହସ୍ପିଟାଲ ରେ ମୁରିବାହାଲ ବ୍ଲକ ମାଲେଶିରା ପଞ୍ଚାୟତର ରୁଷବ ଜାନି ତାଙ୍କ ସ୍ତ୍ରୀଙ୍କ ପ୍ରସ୍ତୁତି ପାଇଁ ଗତକାଲି ଟିଟିଲାଗଡ ମାତୃ ଓ ଶିଶୁ ହସ୍ପିଟାଲରେ ଚିକିତ୍ସା କରୁଥିଲେ। ଆଜି ପାହାନ୍ତିଆରେ ମହିଳା ଜଣକ ଦୁଇ ଜାଆଲା ଶିଶୁ କନ୍ୟା କୁ ଜନ୍ମ ଦେଇଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କାର୍ଯ୍ୟରତ ଡ଼ାକ୍ତର ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଥିଲେ।

ତେବେ ରେଫର ପାଇଁ ୧୦୮ ଆମ୍ବୁଲାନ୍ସ ହସ୍ପିଟାଲ ସମ୍ମୁଖରେ ଛିଡା ହୋଇଗଲା l ଦୁଇ ନବ ଜାତ ଶିଶୁ କନ୍ୟା ସହ ମା,ବାପା ଓ ଆଇ ଆମ୍ବୁଲାନ୍ସରେ ବସିଥିଲେ l ଗାଡି ଷ୍ଟାର୍ଟ ହେବା ମାତ୍ରେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା । ଦୁଇ ଶିଶୁକନ୍ୟାଙ୍କୁ ବଞ୍ଚାଇବା ପାଇଁ ତଳକୁ ଆସିଥିବା ବେଳେ ଆମ୍ବୁଲାନ୍ସ ଭିତରେ ଥିବା ମହିଳା, ତାଙ୍କ ସ୍ୱାମୀ ଓ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଥିଲେ। ହାତ, ଗୋଡ଼ ଓ ଶରୀର ର ଅନ୍ୟ ସ୍ଥାନରେ ପୋଡି ଯାଇଥିବା ବେଳେ ଦୁଇ ନବ ଜାତ ଶିଶୁ କନ୍ୟାଙ୍କ ବାପା ଗୁରୁତର ଥିବା ବେଳେ ସମସ୍ତେ ବଲାଙ୍ଗୀରରେ ଚିକିତ୍ସିତ ହେଉଥିବା ଜଣାପଡିଛି l

Advertisment

ଆମ୍ବୁଲାନ୍ସ କର୍ମଚାରୀଙ୍କ ଭୁଲ୍ ଯୋଗୁଁ ଆମ୍ବୁଲାନ୍ସ ଭିତରେ ବିସ୍ଫୋରଣ ଘଟିଥିବା କୁହାଯାଉଥିବା ବେଳେ ଏବେ ଆମ୍ବୁଲାନ୍ସ କେଉଁଠି ତାହା ଜଣାପଡିନାହିଁ l ନିୟମ ଅନୁସାରେ କୌଣସି ରୋଗୀ ଯଦି ୧୦୮ କୁ ଫୋନ କରିବ, ତାହେଲେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ଯିବା ଆଗରୁ ପ୍ରଥମେ ଆମ୍ବୁଲାନ୍ସ ସହ ସବୁ ଜିନିଷ ଠିକ ଅଛି କି ନାହିଁ ତାହା ଦେଖିଥାନ୍ତି l ତାପରେ ହିଁ ରୋଗୀ ଙ୍କୁ ଆମ୍ବୁଲାନ୍ସ ରେ ଧରି ଅନ୍ୟ ହସ୍ପିଟାଲ କୁ ଯାଇଥାନ୍ତି l କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀ ଙ୍କ କାର୍ଯ୍ୟ ରେ ଅବହେଳା ପାଇଁ ଆଜି ଏଭଳି ଘଟଣା ଘଟିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ l ଯଦି ଆମ୍ବୁଲାନ୍ସ ଭିତରେ ବିସ୍ଫୋରଣ ହେବ ତାହାଲେ ଯାଉଥିବା ରୋଗୀ ଏଠି କେତେ ସୁରକ୍ଷିତ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

(ରିପୋର୍ଟ- ଅବିନାଶ ନନ୍ଦ, ଟିଟିଲାଗଡ଼)

Explosive Materials Ambulance New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ