Advertisment

ରେଳ ଲାଇନ୍ ପାର୍ ବେଳେ ହାତୀକୁ ଧକ୍କା ଦେଲା ଟ୍ରେନ୍‌

ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ ।

Elephant dies after being hit by a goods train in Keonjhar

Elephant dies after being hit by a goods train in Keonjhar

Advertisment

ମାଲ୍‌ବାହୀ ଟ୍ରେନ୍ ଧକ୍କାରେ ମାଈହାତୀ ମୃତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ପଳସା ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଛି ।

Advertisment

ସୂଚନା ଅନୁସାରେ, ଆଜି ଭୋର୍ ସମୟରେ ନୟାଗଡ଼ ଓ ଜୁରୁଡ଼ି ଷ୍ଟେସନ୍ ମଝିରେ ପଳସା ନିକଟରେ ରେଳ ଲାଇନ୍ ପାର୍ ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ, ଘଟଣାସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା ।

ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୁହୁଡ଼ି ଯୋଗୁ ଭିଜିବିଲିଟି କମିଯିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

Advertisment

PCCFଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଜଏଣ୍ଟ ଟାକ୍ସଫୋର୍ସ ଏହା ଘଟଣା ଉପର ନଜର ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ରେଲୱେ ପୋଲିସ ଫୋର୍ସ ଓ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି ।

Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ