Advertisment

କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ଘରୋଇ ନର୍ସିଂହୋମ୍  ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ?

Cuttack Pvt Hospital Fire

Cuttack Pvt Hospital Fire

Advertisment

କଟକ ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ପରେ ଆରମ୍ଭ ହୋଇଛି କାରଣ ଖୋଜା। ହସ୍ପିଟାଲରେ ଡିଏମଇଟିର ଏକ ତିନିଜଣିଆ ଟିମ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି। ଶିଶୁଭବନରେ ଚିକିତ୍ସା ହେଉଥିବା ନବଜାତ ଶିଶୁଙ୍କ ମଧ୍ୟରୁ ଚାନ୍ଦବାଲିର ୧୧ ଦିନର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ଏସସିବି ଓ ଶିଶୁଭବନରେ ପହଞ୍ଚି ଉଦ୍ଧାର ହୋଇଥିବା ସମସ୍ତ ରୋଗୀ ଓ ନବଜାତକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଅଗ୍ନିକାଣ୍ଡ ଘଟଣା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଟିମ ତଦନ୍ତ କରି ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Advertisment

କିଭଳି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?  ହସ୍ପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଠିକଣା ସମୟରେ ବ୍ୟବହାର ହୋଇପାରିଲା ନାହିଁ। ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଭବନକୁ ସ୍ଥାନାନ୍ତର ହେଇଥିବା ୧୭ ନବଜାତକଙ୍କ ମଧ୍ୟରୁ ଜଣେ ୧୧ ଦିନର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ଏତେ ସଂଖ୍ୟକ ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ। ଦୁର୍ଘଟଣା ପରେ ଆରମ୍ଭ ହୋଇଛି କାରଣ ଖୋଜା । ହସ୍ପିଟାଲରେ ଡିଏମଇଟିର ଏକ ତିନିଜଣିଆ ଟିମ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିଛନ୍ତି। ଅଗ୍ନିଶମ ବିଭାଗର ଅନୁମତି ଓ ସିଡିଏମଙ୍କ ରିପୋର୍ଟ ଆଧାରରେ ହସପିଟାଲକୁ ଲାଇସେନ୍ସ ଦିଆଯାଇଛି । ହେଲେ ଏହାର ଚାରିପଟେ ଫାଙ୍କା ସ୍ଥାନ ନଥିବା ଯାହା ନିୟମ ଖିଲାପ ହୋଇଥିବା ସ୍ୱୀକାର କରିଛନ୍ତି ଡିଏମଇଟିଙ୍କ ଟିମ। 

ଏକ ମଠର ଜାଗାରେ ନିର୍ମାଣ ହୋଇଛି ତ୍ରିଶା ହସ୍ପିଟାଲ ସହ ରାଧାରମଣ ହସ୍ପିଟାଲ ଓ ରାଧାରମଣ ଆଇ କେୟାର ହସ୍ପିଟାଲ। ତିନିଟି ହସ୍ପିଟାଲ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଗୋଟିଏ ରହିଛି। ହସ୍ପିଟାଲର ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ, ପୁରୀଘାଟ ରିଂ ରୋଡରେ ଶହ ଶହ ସଂଖ୍ୟାରେ ଗାଡିମଟର ଯାତାୟତ କରୁଥିବା ବେଳେ ହସପିଟାଲ ନିକଟରେ ଭିଡ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଯେମିତି ଗତକାଲି ତ୍ରିଶା ହସ୍ପିଟାଲରେ ଘଟିଗଲା ବଡ଼ ଅଘଟଣ । ତୃତୀୟ ମହଲାରେ ନିଆଁ ଲାଗିବା ପରେ ଚିକିତ୍ସାଧୀନ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏସିସିବି ଓ ଶିଶୁଭବନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଶୁଭବନରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏସିସିବି ଓ ଶିଶୁଭବନରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା କଥା ବୁଝିଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନଥାଇ ହସ୍ପିଟାଲ ଖୋଲିବା ପାଇଁ କିଭଳି ଦିଆଯାଉଛି ଅନୁମତି । ତାକୁ ନେଇ ପ୍ରଶାସନର ଭୂମିକା ସନ୍ଦେହ ଘେରରେ । 

Hospital Fire Odisha Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ