Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ ଆରମ୍ଭ କଲା ସିବିଆଇ

ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା

ଅଦ୍ୟତନ ହୋଇଛି
CBI Team Reaches At The train Accident Spot In Bahanaga

CBI Team Reaches At The train Accident Spot In Bahanaga

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ ଆରମ୍ଭ କରିଛି ସିବିଆଇ। ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି। ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଜଣେ ଆଇଜି ରାଙ୍କର ଅଫିସର ପୁରା ମାମଲାର ତଦନ୍ତ କରିଛନ୍ତି। ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର ବି କିଛି ସଦସ୍ୟ ରହିଛନ୍ତି। ଦୁର୍ଘଟଣାସ୍ଥଳ ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରିଛି।

Advertisment

କାହିଁକି ଏତେ ବଡ଼ ଦୁର୍ଘଟଣା, ଏହା ପଛରେ କିଏ ଦାୟୀ, ଜାଣିଶୁଣି ତ୍ରୁଟି ହୋଇଛି ନା ଅବହେଳାରୁ ଏତେ ବଡ଼ ଟ୍ରାଜେଡି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା।

ଆଜି ଅଢ଼େଇ ଘଣ୍ଟାର ଛାନଭିନ ପରେ ଷ୍ଟେସନରୁ ବାହାରିଥିଲା ସିବିଆଇ ଟିମ୍। ଦୁର୍ଘଟଣା ସ୍ଥାନ, ଉତ୍ତର କେବିନ୍ ସହ ବାହାନଗା ଷ୍ଟେସନରେ ତଦନ୍ତ କରିଛି ଟିମ୍। ସିଗନାଲ ରୁମ୍ ଓ ଇଣ୍ଟରଲକ୍ ସିଷ୍ଟମ୍ ଯାଞ୍ଚ ହୋଇଛି। ସେଦିନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବି ପଚରାଉଚରା କରିଛି ସିବିଆଇ। ଦୁର୍ଘଟଣା ସମୟରେ ଦାୟିତ୍ୱରେ କିଏ ଥିଲେ, କେଉଁ ଟ୍ରେନକୁ କେଉଁ ଟ୍ରାକରେ କଣ ସିଗନାଲ ଦିଆ ଯାଇଥିଲା ତାହାର ରେକର୍ଡ ଥିବା ଲଗ୍ ବୁକ୍ ବି ଯାଞ୍ଚ ହୋଇଛି। 

Advertisment

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ