bus accident
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।
ବ୍ରହ୍ମପୁର ଠାରୁ ଇନ୍ଦ୍ରାବତି ଯାଉଥିବା ଆର.ବି. କୋଚ୍ ନାମକ ଘରୋଇ ବସଟି ହିକିରିକୁପା ଗାଁ ନିକଟସ୍ତ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟ ତଳକୁ ବସଟି ଖସିଯାଇଛି। ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟାନ୍ୟ ବସ୍ ଗୁଡିକରେ ନିଜ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥାର କରିଥିଲେ ।
ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ବସ୍ ଡ୍ରାଇଭର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696044552.jpg)