BSF jawan dies in tragic road accident
ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ରିଲ୍ସ ଭାଇରାଲ । ଗଞ୍ଜାମ ଧରାକୋଟ ଥାନା ବରଡାବିଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଗତକାଲି କାର୍ଗିଲ ସହିଦ ଦିବସରେ ଯବାନ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ହେଲେ କୁଶରାଵ ଗାଁର ୨୫ ବର୍ଷୀୟ ଜିତେନ୍ଦ୍ର କୁମାର ପାଢୀ । ସେ ଦୁଇ ବର୍ଷ ହେବ ପଞ୍ଜାବରେ ସୀମା ସୁରକ୍ଷା ବଳରେ କାଯ୍ୟ କରୁଥିଲେ। ସେ ଚଳିତମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିଲେ । ଗତକାଲି ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ସେ ସୋରଡା ପଟୁ ନିଜ ଗାଁକୁ ଯାଉଥିଲେ । ସେହି ସମୟରେ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇ କ୍ରିଷ୍ଣା ନାମକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ ପଠାଯାଇଛି ଏପଟେ ମୃତ ଯବାନ ଜିତେନ୍ଦ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ତାଙ୍କ ଗାଁ କୁଶରାବ ଗାଁରେ ।
ତେବେ ଏଇଠି ପ୍ରଶ୍ନ ଉଠୁଛି ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଭିଡିଓ ସୁଟ୍ ବେଳେ ଅସାବଧାନତା ସାଜୁଛି କି କାଳ ? ଯୁବପିଢିଙ୍କ ପାଇଁ ସାଇଲେଣ୍ଟ କିଲର ସାଜିଛି କି ସର୍ଟ ଭିଡିଓ ? କାରଣ ବରଡ଼ାବିଲିରେ ଘଟିଥିବା ସଡ଼କ ଦୁର୍ଘଟଣାରେ ବିଏସଏଫ୍ ଯବାନଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଛି ଏଭଳି ସଂଶୟ । କାହିଁକି ନା ମୃତ୍ୟୁର କିଛି ସମୟ ପୂର୍ବରୁ ଯବାନ ସୋସିଆଲ ମିଡିଆରେ ଏକ ରିଲସ୍ ଅପଲୋଡ କରିଥିବା ଚର୍ଚ୍ଚା ହେଉଛି ।
ଖାଲି ଏ ଗୋଟିଏ ଘଟଣା ନୁହେଁ ଅତୀତରେ କିଏ ରିଲ୍ସ ବେଳେ ଜୀବନ ହାରିଛି ଆଉ କିଏ ରିଲ୍ସ କରିକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି । ଗତ ୧୯ ମାର୍ଚ୍ଚ ୨୦୨୨ରେ ବିଳାସପୁରର ଜଣେ ୨୦ ବର୍ଷୀୟ ଛାତ୍ର ନିଜ ସାଙ୍ଗ ମାନଙ୍କ ସହ କଲେଜ ପରିସରରେ ରିଲ୍ସ ସୁଟିଂ କରୁଥିବା ବେଳେ ଛାତରୁ ପଡି ପ୍ରାଣ ହରାଇଥିଲେ । ସେହିପରି ୦୬ ମଇ ୨୦୨୨ରେ ହାଇଦ୍ରାବାଦର ସରଫରାଜ ନାମକ ଯୁବକ ଦ୍ରୁତଗାମୀ ଟ୍ରେନ ଆଗରେ ରିଲ୍ସ କରୁଥିବା ବେଳେ, ଜୀବନ ହାରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690441756.jpg)