Advertisment

ଯାଜପୁର କୁଆଖିଆ ନିକଟରେ ଟଳିଲା ବଡ଼ ଦୁର୍ଘଟଣା, ନିର୍ମାଣ ତ୍ରୁଟିରୁ ଅଘଟଣ ମାନିଲେ NHAI କର୍ତ୍ତୃପକ୍ଷ

ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା

ଅଦ୍ୟତନ ହୋଇଛି
undefined

Bridge collapse

Advertisment

ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍ ଧସିଯାଇଛି କୋଲକାତା-ଚେନ୍ନାଇ ରାସ୍ତାରେ ମାତ୍ର ୧୫ବର୍ଷ ତଳେ ନିର୍ମିତ ସ୍ଥାୟୀ ପୋଲ । ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଥିବାବେଳେ ଏକ୍ସପର୍ଟ କମିଟି ଏହାର କାରଣ ଖୋଜିବ ବୋଲି କହିଛନ୍ତି। ତେବେ ଯାହାଙ୍କ ତ୍ରୁଟିରୁ ପୋଲର ଏ ଅବସ୍ଥା ହୋଇଛି ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ NHAI ଓ ରୋଡ୍ ଓଭର ବ୍ରିଜ୍ କର୍ତ୍ତୃପକ୍ଷଙ୍କୁ ଡାକି ପଚାରିବେ ବୋଲି କହିଛନ୍ତି ଯାଜପୁର ସାଂସଦ।...

Advertisment

ଆଜି କୋଲକାତା-ଚେନ୍ନାଇ ଜାତୀୟ ରାଜପଥର ରସୁଲପୁର ନିକଟ ପୋଲ ଉପରେ ବାଲେଶ୍ୱର ଆଡୁ ଏକ ଯାତ୍ରୀବାହୀ ବସ୍ ଆସୁଥିଲା, ଗାଡ଼ିଟି ପୋଲ ଅତିକ୍ରମ କରିବାର ମାତ୍ର କ୍ଷଣିକ ମଧ୍ୟରେହଠାତ୍ ଭୟାନକ ଶବ୍ଦ କରି ଦୁମ୍ କରି ଧସି ଯାଇଥିଲା ବ୍ରିଜ୍ । ପାଖରେ ଚା ପିଉଥିବା ଲୋକମାନେ ତୁରନ୍ତ ଆସି କଲିକତା ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଯାଜପୁର ଆରଟିଓ ଘଟଣାସ୍ଥଳରେ ପହଞ୍ଚି, ଉକ୍ତ ଗାଡ଼ି ଗୁଡ଼ିକୁ ଅନ୍ୟ ଏକ ବ୍ରିଜ୍ ବାଟେ ଛାଡୁଛନ୍ତି।

ତେବେ ଏଠି ଲୋକଙ୍କ ପ୍ରଶ୍ନ- ମାତ୍ର ୧୫ବର୍ଷ ତଳେ ନିର୍ମାଣ ହୋଇଥିବା ଏ ବ୍ରିଜ୍ ଏମିତି ଭୁଶୁଡ଼ିଲା କାହିଁକି ? ନିମ୍ନ ମାନର କାମ ନା ରକ୍ଷଣାବେକ୍ଷଣର ଅଭାବ ? ଯେଉଁଠି ଇଂରେଜ ଅମଳର ଅନେକ ପୋଲ ଆଜି ବି ମଜଭୁତ୍ ସ୍ଥିତିରେ ଅଛି, ସେଠି ମାତ୍ର ୧୫ବର୍ଷର ତଳର ପୋଲ ଭୁଶୁଡ଼ିଲା କେମିତି ? ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।...

Advertisment

ସେପଟେ NH-୧୬ରେ ବ୍ରିଜ୍ ଭୁଶୁଡ଼ିଥିବା ଖବର ପାଇ ସେଠିପହଞ୍ଚିଥିଲେ NHAI ପ୍ରକଳ୍ପ ନିର୍ଦ୍ଦେଶକ। ପ୍ରାଥମିକ ଅନୁଧ୍ୟାନରୁଏହା ନିର୍ମାଣଗତ ତ୍ରୁଟି ବୋଲି ସ୍ୱୀକାର କରିଥିଲେ। ତେବେ ଯେଉଁ ବ୍ରିଜ୍ ଅତିକମ୍ ରେ ୫୦ ବର୍ଷ ଯିବା କଥା ତାହା ୧୫ବର୍ଷରେ କମିତି ଭୁଶୁଡ଼ିଲା ? ତାର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ। ସେପଟେ ପ୍ରାଥମିକ ତଦନ୍ତରୁ ହେଭି ଓଭର ଲୋଡିଂ ଗାଡ଼ି ପାଇଁ ବ୍ରିଜ୍ ଭୁଶୁଡ଼ିଥିବା କହିଛନ୍ତି NHAI ରିଜିଓନାଲ ଅଫିସର ବୀରେନ୍ଦ୍ର ସିଂ। ତେଣେ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ଜାତୀୟ ରାଜପଥରେ ଭାରୀଯାନ ଯିବନି ତ ଆଉ କଣ ଯିବ ବୋଲି ପ୍ରଶ୍ନ କରିଛନ୍ତି ଯାଜପୁର ସାଂସଦ।

ତାସହ ମାତ୍ର କେଇ ବର୍ଷ ତଳେ ନିର୍ମିତ ଏ ପୋଲର ଅବସ୍ଥା କାହିଁକି ଏମିତି ହେଲା, ସେକଥା ଜାଣିବାକୁ ଉଭୟ NHAI ଓ ରୋଡ୍ ଓଭରବ୍ରିଜ୍ କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରିବେ ବୋଲି କହିଛନ୍ତି । ତେଣେ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ମଧ୍ୟ ଆଜିର ଘଟଣା ପାଇଁ ସିଧା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।...

Advertisment

ଏଣେ ଆଜି ଆଉ ଏକ ଘଟଣାକ୍ରମେ ସେଇ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଆରଡ଼ି ଛକ ନିକଟ ବ୍ରିଜ୍ ଉପରେ ସୃଷ୍ଟି ହୋଇଛି ବିରାଟ ଗର୍ତ୍ତ । କୌଣସି ଗାଡ଼ି ଭୁଲବଶତଃ ଯଦି ତା’ ଉପରକୁ ଆସିଯାଏ ତାହାଲେ ଅବସ୍ଥା କଣ ହେବ, ତାହା ଭାବିବାକୁ ଡର ଲାଗୁଛି। ଉଭୟ ପୋଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ତେଣେ ଶୀଘ୍ର ଏ ଗର୍ତ୍ତ ମରାମତି କରିବାକୁ NHAIକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।...

Bridge Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ