Advertisment

ବଡ଼ମାଳ ଗୋଳାବାରୁଦ କାରଖାନାରେ ବଡ଼ଧରଣର ବିସ୍ଫୋରଣ

ବଲାଙ୍ଗିର ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି।

ଅଦ୍ୟତନ ହୋଇଛି
Blast In Factory

Blast In Factory

Advertisment

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ। ବଲାଙ୍ଗିର ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। କାରଖାନାର ୧୨ନମ୍ବର ମେଗାଜିନ୍‌ରେ ବଡ଼ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

Advertisment

ଆଜି ସନ୍ଧ୍ୟା ବେଳେ ବଡ଼ମାଳ ଗୋଳାବାରୁଦ କାରଖାନାର ୧୨ ନମ୍ୱର ମେଗାଜିନ୍‌ ଷ୍ଟୋର ରୁମ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ବିସ୍ଫୋରଣ ପରେ ନିଆଁର ଶିଖା ବହୁଦୂରକୁ ଦେଖାଯାଉଛି। ମୃତାହତ ନେଇ କୌଣସି ସୂଚନା ମିଳିନି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଅଗ୍ନିଶମ ବିଭାଗ ଓ ଆମ୍ୱୂଲାନ୍ସ କାରଖାନା ଭିତରକୁ ଯାଇଛି।

କେଉଁ କାରଣରୁ ବିସ୍ଫୋରଣ ଘଟଲା, ତାହା ଜଣାପଡ଼ି ନାହିଁ। ଏପରିକି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଉତ୍ତର ରଖାଯାଇ ନାହିଁ।

Advertisment
Blast In Factory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ