Advertisment

ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା: ଅକାଳରେ ଚାଲିଗଲା ୭୯ ଜୀବନ, ୫୦୦ ଲୋକଙ୍କୁ ନେଇ ଯାଉଥିଲା !

ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।

ଅଦ୍ୟତନ ହୋଇଛି
boat disaster leaves at least 79 dead in unan

boat disaster leaves at least 79 dead in unan

Advertisment

ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ମାଛଧରା ଡଙ୍ଗା ୟୁନାନ ଉପକୂଳରେ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଓଲଟି ପଡ଼ି ମଝି ସମୁଦ୍ରରେ ବୁଡ଼ି ଯାଇଛି। ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ ପ୍ରବାସୀ ୟୁରୋପ ଯିବା ବେଳେ ଏହି ଅଘଟଣ ଘଟିଛି।

Advertisment

ଖବରପାଇ ତଟରକ୍ଷୀ ବାହିନୀ, ନୌସେନା ଓ ବିମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଦୁଃଖଦ କଥା, ବର୍ତ୍ତମାନ ସୁଦ୍ଧା ୭୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରକୃତରେ କେତେଜଣ ଯାତ୍ରୀ ନିଖୋଜ ଅଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ। 

ମିଳିଥିବା ଅନୁସାରେ, ଡଙ୍ଗାରେ ଅଧିକ ଯାତ୍ରୀ ହେବାରୁ ନିୟନ୍ତ୍ରଣ ହରାଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି। ହଠାତ୍‌ ଡଙ୍ଗାଟି ଓଲଟି ପଡ଼ିଥିଲା ଓ ଏହାର କିଛି ସମୟ ପରେ ପାଣିରେ ବୁଡ଼ି ଯାଇଥିଲା। ପ୍ରାରମ୍ଭକି ଯାଞ୍ଚରୁ ଜଣାପଡ଼ିଛି, ଡଙ୍ଗାରେ ୫୦୦ରୁ ଅଧିକ ଲୋକ ଥିଲେ।

Advertisment

ତଟରକ୍ଷୀ ବାହିନୀର ଏକ ବିବୃତି ଅନୁସାରେ, ଯେତେବେଳେ ସେମାନଙ୍କ ଜାହାଜ ଓ ବାଣିଜ୍ୟିକ ଜାହାଜ ଡଙ୍ଗାରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ସେମାନେ ଏମାନଙ୍କୁ ଅଟକାଇ ଥିଲେ। ସେମାନେ ଇଟାଲି ଯିବାକୁ ଚାହୁଁଛନ୍ତି ବୋଲି ଡଙ୍ଗାରେ ଥିବା ଲୋକ ବାରମ୍ବାର କହୁଥିଲେ। ତେବେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟ୍‌ରେ ଡଙ୍ଗାର ଇଞ୍ଜିନ ଖରାପ ହୋଇଯାଇଥିଲା। ଏହାପରେ ଡଙ୍ଗାଟି ଧୀରେ ଧୀରେ ବୁଡ଼ିବାକୁ ଲାଗିଥିଲା ଓ ୧୦-୧୫ ମିନିଟ୍‌ ପରେ ସମ୍ପୂର୍ଣ୍ଣ ଭାବେ ଏହା ପାଣିରେ ବୁଡ଼ି ଯାଇଥିଲା।

Boat Capsizes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ