Drowning Death
କୁଆଖାଇ ନଦୀରେ ଘଟିଲା ଅଘଟଣ । ନଦୀରେ ବୁଡ଼ି ୨ ମୃତ । ଆଉ ୨ ଜଣ ନିଖୋଜ ହୋଇଯାଇଛନ୍ତି । ବାଲିଅନ୍ତା ଥାନା ଧବଳହାର ନିକଟରେ କିଛି ସମୟ ତଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଛନ୍ତି ।
ସୂଚନାନୁଯୀୟୀ ବୁଡ଼ି ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଆର୍ଯ୍ୟନ ଏବଂ ଅଭିନାଶ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ଏବଂ ଅଭିନାଶଙ୍କ ଘର କଟକରେ । ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ତେବେ ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689085331.jpg)