Advertisment

ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା; ପ୍ରାଣ ହରାଇଲେ ସ୍ୱାମୀ-ସ୍ତ୍ରୀ

୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Road Accident

Road Accident

Advertisment

ବାରିପଦା ନିକଟ ଦୁଆରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଯାକ ବାଇକ ଆରୋହୀ । ମୃତକଙ୍କ ମଧ୍ୟରେ ଜଣେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି ।

Advertisment

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଜଣ ହେଉଛନ୍ତି ପତିପତ୍ନୀ । ସେମାନେ କୁଆଡ଼େ ଯାଉଥିଲେ, ସେନେଇ କିଛି ସୂଚନା ମିଳିପାରିନାହିଁ । ପୋଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ବାଙ୍ଗିରିପୋଷି ଡାକ୍ତରଖାନା ନେଇଥିଲେ । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ ।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ