Advertisment

ବୋରୱେଲ ଟ୍ରାଜେଡି: ୨୦ଫୁଟ ଗଭୀର ଗର୍ତ୍ତରେ ପଡ଼ିଲା ଦେଢ ବର୍ଷର ଶିଶୁ

ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ଅଦ୍ୟତନ ହୋଇଛି
boy trapped in 20feet deep borewell

boy trapped in 20feet deep borewell

Advertisment

ପୁଣି ବୋରୱେଲ ଅଘଟଣ । ୨୦ ଫୁଟ ବୋରୱେଲରେ ପଡ଼ିଲା ଦେଢ ବର୍ଷର ଶିଶୁ । କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଘଟିଛି ଏହି ଅଘଟଣ । ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିସାରିଛି । ଉଦ୍ଧାର ପରେ ଶିଶୁର ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ପ୍ରସ୍ତୁତ ରହିଛନ୍ତି ମେଡିକାଲ ଟିମ୍ ।

Advertisment

ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। ପୋଲିସର ସୂଚନାନୁସାରେ, ପିଲାଟି ଘର ପାଖରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ବୋରୱେଲରେ ପଡ଼ିଯାଇଥିଲା। ଏହି ବୋରୱେଲଟିକୁ ଶିଶୁର ପିତା ସତୀଶ ମୁଜାଗୋଣ୍ଡ ନିଜ ଜମିରେ ଖୋଳାଇଥିଲେ।

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଜଣାପଡିବା ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟିକୁ ବୋରୱେଲରୁ ବାହାରକୁ ଆଣିବା ପାଇଁ ପୋଲିସ ଟିମ୍, ରାଜସ୍ୱ ଅଧିକାରୀ, ତାଲୁକ ପଞ୍ଚାୟତର ସଦସ୍ୟ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ଜରୁରୀକାଳୀନ ସେବା ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି। ଶିଶୁକୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ଚାଲିଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛି।

Advertisment

ଶିଶୁଟିକୁ ପାଇପ ଯୋଗେ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଉଦ୍ଧାରକାରୀ ଦଳ ଶିଶୁ ନିକଟରେ ଯଥାଶୀଘ୍ର ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ୫ଫୁଟର ଟନେଲ ବ୍ୟବହାର କରିବେ। କଠିନ ପଥର ଏବଂ ବୋଲ୍ଡର୍ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୁଶଳୀ ଟ୍ୟୁବୱେଲ ଡ୍ରିଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Advertisment

ଏହି ଘଟଣାର ପରେ କର୍ଣ୍ଣାଟକ ମନ୍ତ୍ରୀ ଏମ.ବି ପାଟିଲ ସୋସିଆଲ ମିଡିଆ Xରେ ଦୁଃଖ ପ୍ରକାଶ କରି ଏକ ଟୁଇଟ୍ କରିଛନ୍ତି। ବିଜୟପୁର ଜିଲ୍ଲା ପ୍ରଶାସନକୁ “ଦ୍ରୁତ ଗତିରେ” ଅପରେସନ୍ କରିବାକୁ ନିର୍ଦ୍ଦେଶ ଦେବା ସହ ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି।

Borewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ