Advertisment

ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାହୁଁ ଚାହୁଁ ଜଳଗିଲେ ୧୬ ଜଣ, ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଦୁବାଇ ସ୍ଥିତ ଏକ ଆବାସିକ ବିଲ୍‌ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।

ଅଦ୍ୟତନ ହୋଇଛି
Dubai Building Fire News

At Least 16 Killed In Dubai Multi Storey Building Fire

Advertisment

ୟୁଏଇର ଦୁବାଇ ସ୍ଥିତ ଏକ ଆବାସିକ ବିଲ୍‌ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୯ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି। ସେମାନେ କେରଳ ମାଲପ୍ପୁରମ୍‌ର ୩୮ ବର୍ଷୀୟ ରିଜେଶ ଓ ତାଙ୍କ ପତ୍ନୀ ଜିଶି, ତାମିଲନାଡୁର ଅବଦୁଲ୍‌ କାଦର ଓ ସାଲିୟାକୁଣ୍ଡ ବୋଲି ଜଣାପଡ଼ିଛି। 

Advertisment

ମିଳିଥିବା ସୂଚନା ଅନୁସାରେ,  ଶନିବାର ଦିନ ଦୁବାଇର ଅଲ୍‌ ରାସ ଅଞ୍ଚଳରେ ଏକ  ଆବାସିକ ବିଲ୍‌ଡିଂରେ ନିଆଁ ଲାଗି ଯାଇଥିଲା। ଏଠାରେ ମସଲା ବଜାର ପଡ଼ୁଥିବାରୁ ଲୋକଙ୍କ ଭିଡ଼ ଜମିଥାଏ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ କୌଣସି ସମସ୍ୟା ଯୋଗୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରେ ମୃତାହତଙ୍କୁ ଉଦ୍ଧାର ପରେ ବିଲ୍‌ଡିଂକୁ ସିଲ୍‌ କରି ଦିଆଯାଇଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସର୍ବପ୍ରଥମେ ଏସିରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାର ମାତ୍ର କିଛି ମିନିଟ୍‌ ପରେ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଚାହୁଁ ଚାହୁଁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। 

Advertisment
Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ