Advertisment

ଲେଡି ଦବଙ୍ଗ ଅଫିସରଙ୍କ ମୃତ୍ୟୁ, ଯୋଜନାବଦ୍ଧ ହତ୍ୟାକାଣ୍ଡ କହିଲେ ପରିବାର ଲୋକ

କୌଣସି ଏକ ରାକେଟ୍‌ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।

ଅଦ୍ୟତନ ହୋଇଛି
Lady Singham Cop Junmoni Rabha Death

Assam's lady singham Cop Junmoni Rabha

Advertisment

ନିଜର ଆକ୍ରମଣାତ୍ମକ ମୁଡ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା ଲେଡି ଦବଙ୍ଗ ଅଫିସରଙ୍କ ମୃତ୍ୟୁ। ଜୁନମୋନି ରଭା ଜଣେ ପରିଚିତ ଚେହେରା। ଆସାମ ପୋଲିସର ଜଣେ ସବ୍‌-ଇନ୍ସପେକ୍ଟର। ଯିଏକି ଲେଡି ସିଂଘମ ନାଁରେ ସବୁଠି ପରିଚିତ ଥିଲେ, ସେ ଆଉ ନାହାନ୍ତି। ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି। କାର୍‌ ନେଇ ଆସୁଥିବା ବେଳେ କଣ୍ଟେନର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। କାର୍‌ରେ ସେ ବିନା ୟୁନିଫର୍ମରେ ଥିଲେ। 

Advertisment

ଘଟଣାଟି ଜଖଳାବନ୍ଧ ଥାନା ଅନ୍ତର୍ଗତ ସାରୁଭୁଗିଆ ଗାଁରେ ଘଟିଛି। CID ଏହି ଘଟଣାର ତଦନ୍ତ କରିବ। ତେବେ ତାଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗର ମାମଲା ରୁଜୁ ହେବାର କିଛି ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏହା ହତ୍ୟା ବୋଲି କହିଛନ୍ତି ପରିବାର ଲୋକ। ଦୁର୍ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।

ନାଗାଁଓ ଏସ୍‌ପି ଲିନା ଦୋଲେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ତେବେ ମହିଲା ପୋଲିସ ଅଧିକାରୀ ବିନା ୟୁନିଫର୍ମରେ ଓ ସୁରକ୍ଷାରେ ପ୍ରାଇଭେଟ୍‌ କାର୍ ନେଇ କିଭଳି ବାହାରକୁ ଯାଉଥିଲେ ତାହା ଏବେ ସନ୍ଦେହ ଘେରରେ ରହିଛି। ଝିଅ କୁଆଡେ ଯାଉଥିବା ପରିବାର ଲୋକ ଅବଗତ ନଥିବା କହିଛନ୍ତି। ସେଥିପାଇଁ ଏହା  ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।

Advertisment

ମୃତ ଏସ୍‌ଆଇଙ୍କ ମାଆ ସୁମିତ୍ରା ରଭା କହିଛନ୍ତି ଯେ କୌଣସି ଏକ ରାକେଟ୍‌ ଦ୍ୱାରା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ମାଉସୀ।     

୩୦ ବର୍ଷିୟ ଲେଡି ପୋଲିସ ଅଧିକାରୀ 'ଦବଙ୍ଗ ଅଧିକାରୀ' ତଥା ଲେଡି ସିଂଘମ ଭାବେ ବେଶ୍ ଜଣାଶୁଣା ଥିଲେ। ଗତ ବର୍ଷ ଜୁନ୍‌ରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏପରିକି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। 

Advertisment
Road Accident Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ