Another train derails in Odisha
ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଆଜି ବରଗଡ଼ ଜିଲ୍ଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି।
ସୂଚନା ଅନୁସାରେ, ମାଲ୍ବାହୀ ଟ୍ରେନ୍ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି। ମାଲ୍ବାହୀ ଟ୍ରେନ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି। ମାଲ୍ବାହୀ ଟ୍ରେନ୍ଟି ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରେଲ୍ୱେ ବିଭାଗ ସୂତ୍ରରୁ ଜଣାପଡ଼ିଛି, ବରଗଡ଼ରେ ଲାଇନ୍ଚ୍ୟୁତ ହୋଇଥିବା ମାଲ୍ବାହୀ ଟ୍ରେନ୍ ଏକ ପ୍ରାଇଭେଟ୍ ସିମେଣ୍ଟ କମ୍ପାନୀର। ଏହାର ସମସ୍ତ ଇନ୍ଫ୍ରାଷ୍ଟ୍ରକଚର୍ ଯଥା- ଟ୍ରେନ୍ ଇଞ୍ଜିନ, ବଗି, ଟ୍ରାକ୍ ଇତ୍ୟାଦି ସମ୍ପୃକ୍ତ କମ୍ପାନୀ ଦ୍ୱାରା ହିଁ ପରିଚାଳିତ ହୋଇଥାଏ। ଏହି ଘଟଣାରେ ଭାରତୀୟ ରେଲ୍ୱେର କୌଣସି ସମ୍ପର୍କ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685943516.jpg)