Advertisment

victims family: ଅସୁସ୍ଥ ମା’ଙ୍କୁ ଦେଖିବାକୁ ଆସିଥିଲେ, ପତ୍ନୀ ଓ ଛୁଆ ସହ ପ୍ରାଣହରାଇଲେ

ବିମାନ ଦୁର୍ଘଟଣାରେ ଏକାଧିକ ପରିବାର ନିଶ୍ଚିହ୍ନ ହେ।ଇଯାଇଛି । ଅସୁସ୍ଥ ମା’ଙ୍କୁ ଦେଖିବାକୁ ମୁମ୍ବାଇ ଆସିଥିଲେ ସୟଦ ଅଲ୍ଲୀଙ୍କ ପରିବାର । କିନ୍ତୁ ଫେରିବାବେଳେ ପତ୍ନୀ ଓ ଛୁଆ ସହ ପ୍ରାଣହରାଇଲେ ସୟଦ । ସେପଟେ ୩ ଛୁଆଙ୍କ ସହ ଆରପାରିକୁ ଚାଲିଗଲା ଗେ।ଟିଏ ସୁଖୀ ପରିବାର

victims family

victims family

Advertisment

ଆତ୍ମୀୟ ସ୍ବଜନଙ୍କଠାରୁ ଲୁହଭିଜା ବିଦାୟ ନେଇ କିଏ ଫେରୁଥିଲେ କର୍ମକ୍ଷେତ୍ରକୁ ତ ଆଉ କିଏ ହସଖୁସିର ଏକ ନୂଆ ଦୁନିଆଟିଏ ବସାଇବାର ସ୍ବପ୍ନକୁ ସାଉଁଟି ବାହାରିଥିଲେ ବିଦେଶକୁ। ହେଲେ କେହି ଜାଣିନଥିଲେ ମୃତ୍ୟୁର ରୂପରେଖକୁ, ଆକଳନ କରିପାରିନଥିଲେ ଜୀବନର ଶେଷଯାତ୍ରାକୁ। 

Advertisment

ଅହମ୍ମଦାବାଦରୁ ବିମାନରେ ବସି ଶୂନ୍ୟରେ ଉଡ଼ିବାର ମାତ୍ର କେଇ କ୍ଷଣ ଭିତରେ ସେହି ଶୂନ୍ୟରେ ହିଁ ଉଡ଼ିଗଲା ପ୍ରାଣବାୟୁ। ନିଶ୍ଚିହ୍ନ ହୋଇଗଲା ଅନେକ ହସଖୁସିର ପୁରା ପରିବାର। ମୁମ୍ବାଇର ସୟଦ ଅଲ୍ଲୀଙ୍କ ଝିଅ । ଅହମ୍ମଦାବାଦ ବିମାନ ଟ୍ରାଜେଡ଼ିରେ ମା’, ବାପା ଆଉ ଭାଇ ସହ ବିଦାୟ ନେଇଯାଇଛି ସବୁଦିନ ପାଇଁ।

ଅଧିକ ପଢ଼ନ୍ତୁ: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ’

ହାର୍ଟ ଅପରେସନ୍ ସହ ଅସୁସ୍ଥ ଥିବା ମା’କୁ ଦେଖିବା ପାଇଁ ଏବଂ ଇଦ୍ ଥିବାରୁ ପରିବାରକୁ ଧରି ଲଣ୍ଡନରୁ ସପ୍ତାହେ ତଳେ ମୁମ୍ବାଇ ଆସିଥିଲେ ଘରର ଏକମାତ୍ର ରୋଜଗାରିଆ ପୁଅ ସୟଦ ଅଲ୍ଲୀ। ଆଉ ସବୁ ଭଲମନ୍ଦ ବୁଝିସାରିବା ପରେ ଅହମ୍ମଦାବାଦରୁ ଏୟାରଇଣ୍ଡିଆ ଫ୍ଲାଇଟରେ ଫେରିଯାଉଥିଲେ ଲଣ୍ଡନ। କିନ୍ତୁ ଦୁର୍ଭାଗ୍ୟ, ବିମାନ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲେ ସପରିବାର। କଳାଧୂଆଁର ଆସ୍ତରଣ ଭିତରେ ଶୂନ୍ୟରେ ମିଳାଇଗଲା ପ୍ରାଣବାୟୁ।

Advertisment

କୁହାଯାଏ, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ବିମାନରେ ଉଠାଇଥିବା ସେଲ୍ଫି ଯେ ପାଲଟିଯିବ ଶେଷ ସେଲ୍ଫି ? ବୋଧହୁଏ ସବୁକିଛି ଥିଲା କଳ୍ପନା ବାହାରେ। ଜୀବନର ନୂଆ ଡେଷ୍ଟିନେସନରେ ପହଞ୍ଚିବା ଆଗରୁ ୩ ଛୁଆଙ୍କ ସହ ଆରପାରିକୁ ଚାଲିଗଲା ଏହି ସୁଖୀ ସଂସାର।

ରାଜସ୍ଥାନର ପ୍ରତୀକ ଯୋଶୀ। ଗତ ୬ ବର୍ଷ ଧରି ଲଣ୍ଡନରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ସ୍ବାମୀଙ୍କ ସହ ଯାଇ ବ୍ରିଟେନରେ ନୂଆ ଏକ ଦୁନିଆଟିଏ ବସାଇବେ ବୋଲି ପତ୍ନୀ ଡାକ୍ତର କୋମି ଦାସ୍ ୨ ଦିନ ପୂର୍ବରୁ ଚାକିରିରୁ ଇସ୍ତଫା ବି ଦେଇଥିଲେ। ତେଣୁ ୩ ପିଲାଙ୍କୁ ଧରି ଅହମ୍ମଦାବାଦରୁ ବ୍ରିଟେନରେ ଯାଉଥିଲେ ପତି-ପତ୍ନୀ।

Advertisment

ଆଉ ମୃତ୍ୟୁର ଦୂତ ସାଜିଥିବା ସେହି ପ୍ଲେନର ଟେକଅଫ୍ ଆଗରୁ ହସଖୁସିରେ ଉଠାଇଥିଲେ ସେଲ୍ଫି। କିନ୍ତୁ ଦୁର୍ଭାଗ୍ୟ, ନୂଆ ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଗଲା। ଦୁର୍ଘଟଣାରେ ଲିଭିଗଲା ପାଞ୍ଚ ପାଞ୍ଚ ଜଣଙ୍କ ନିରୀହ ଜୀବନ। ଆଉ ଜୀବନର ଶେଷ ମୁହୁର୍ତ୍ତରେ ଉଠାଇଥିବା ସେଲ୍ଫି ଆଜି ସ୍ମୃତି ହୋଇ ରହିଗଲା ସୋସିଆଲ୍ ମିଡ଼ିଆରେ।

ଅଧିକ ପଢ଼ନ୍ତୁ:ପତ୍ନୀଙ୍କ ଚିତାଭସ୍ମ ଧରି ଆସିଥିଲେ, ଶବ ହୋଇଗଲେ

Accident Ahmedabad Air India Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ