Advertisment

Flight Crash: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା

ହଷ୍ଟେଲର ମେସରେ ବସି ହସଖୁସିରେ ଖିଆପିଆ କରୁଥିଲେ । ପୁଣି ଯାଇଥାଆନ୍ତେ କ୍ଲାସକୁ କିମ୍ୱା ରୋଗୀ ଦେଖିବାକୁ । କିଏ ଜାଣିଥିଲା ହଠାତ୍ ଯମ ଏମିତି ଡାକିନେବ ବୋଲି । ହୃଦୟ ବିଦାରକ ଦୃଶ୍ୟ ବଖାଣୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଅଦ୍ୟତନ ହୋଇଛି
Medical Student

Medical Student

Advertisment

ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହେଲା । ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଓ କ୍ରୁ ମେମ୍ୱର ମୃତ୍ୟୁ ବରଣ କରିଥିବା ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରୁ କାହାର ବି ବଞ୍ଚିବାର ଆଶା କ୍ଷୀଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏମାନଙ୍କ ବ୍ୟତୀତ ୫ ଜଣ ଡାକ୍ତରୀ ଛାତ୍ର ମଧ୍ୟ ପ୍ରାଣ ହରାଇଛନ୍ତି । ବିମାନଟି ଯାଇ ସିଧା ପଡିଥିଲା ଏକ ଡାକ୍ତରୀ ହଷ୍ଟେଲ ଉପରେ । ଏହି ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

Advertisment

ବିମାନ ବନ୍ଦର ନିକଟରେ ଥିବା ଏହି ହଷ୍ଟେଲରେ ପିଟି ହୋଇଥିଲା ଏୟାର ଇଣ୍ଡିଆ ବିମାନ। ବିଜେ ମେଡିକାଲ କଲେଜର ହଷ୍ଟେଲ ଉପରେ ହିଁ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୫ ଛାତ୍ର ମୃତ୍ୟୁବରଣ କରିଥିବା ୪୦ରୁ ଅଧିକ ଡାକ୍ତରୀ ଛାତ୍ର ଆହତ ହୋଇଛନ୍ତି। ଭିଜୁଆଲରୁ ସ୍ପଷ୍ଟ ହେଉଛି ଯେ ହଷ୍ଟେଲର କ୍ୟାଣ୍ଟିନ ଏରିଆରେ ପଶିଯାଇଛି ବିମାନ। ସିଆଇଏସଏଫ ଏବଂ ଏନଡିଆରଏଫ ଟିମ୍ ହଷ୍ଟେଲରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ହଷ୍ଟେଲରେ ଏମବିବିଏସ ଛାତ୍ର ମାନେ ରହୁଥିଲେ। ୫ ଡାକ୍ତରୀ ଛାତ୍ରଙ୍କ ମଧ୍ୟରୁ ୪ ଜଣ ଅଣ୍ଡରଗ୍ରାଜୁଏଟ୍ ଓ ଜଣେ ପିଜି ଛାତ୍ର ବୋଲି ଜଣାପଡିଛି ।

Advertisment


ଅଧିକ ପଢ଼ନ୍ତୁ: ଭୟଙ୍କର ବିମାନ ଦୁର୍ଘଟଣା, ଥିଲା ୧ ଲକ୍ଷ ଲିଟର ଇନ୍ଧନ...ବିଶେଷଜ୍ଞ କହିଲେ କାରଣ..

ଅହମ୍ମଦାବାଦ ବିଜେ ମେଡିକାଲ୍‌ କଲେଜର ଛାତ୍ରମାନେ ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ଖସି ପଡିଥିଲା ବିମାନ । ହଠାତ୍ କେହି କିଛି ବୁଝି ପାରିନଥିଲେ । ହଠାତ୍ ମାଡ ହେବା ପରେ ଦୋହଲି ଯାଇଥିଲା କାନ୍ଥବାଡ । ନିଆଁରେ ଆହତ ହୋଇଥିଲେ ଅନେକ ଡାକ୍ତରୀ ଛାତ୍ର । ଯେଉଁ ଛାତ୍ରମାନେ ପାଠ ପଢିବାକୁ କ୍ଲାସକୁ ଯାଇଥିଲେ ଓ ଯେଉଁମାନେ ଡ୍ୟୁଟି କରିବାକୁ ଯାଇଥିଲେ ସେମାନେ ଖାଇବାକୁ ଆସିଥିଲେ । ଏହି ହଷ୍ଟେଲରେ ଖାଇବା ସମୟ ଥିଲା ସାଢ଼େ ୧୨ଟାରୁ ସାଢେ ୨ଟା । ତେଣୁ ଚଳଚଞ୍ଚଳ ଥିଲା ମେସ୍‌ । କେବଳ ଡାକ୍ତରୀ ଛାତ୍ର ନୁହଁନ୍ତି ମେସର କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଯେଉଁ ଛାତ୍ରମାନେ ଆଗରୁ ଖାଇସାରି ଚାଲିଯାଇଥିଲେ, ସେମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବୋଲି ଭାବୁଛନ୍ତି । ହେଲେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ନିରୀହ ଛାତ୍ରମାନଙ୍କ ପରିବାର ସଦସ୍ୟମାନେ ଆସି ଅହମଦାବାଦରେ ପହଞ୍ଚିଛନ୍ତି । କେତେ ଆଶା ନେଇ ସେମାନେ ପାଠ ପଢାଉଥିଲେ । ସେମାନଙ୍କ ପୁଅ ଡାକ୍ତର ହେବ ବୋଲି ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ଧୂଳିସାତ ହୋଇଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଡାକ୍ତରଙ୍କ ହଷ୍ଟେଲ ଉପରେ ଗଳି ପଡ଼ିଲା ଏୟାର ଇଣ୍ଡିଆ ବିମାନ

Flight Services India-UK Flight Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ